ନିମାପଡା 63 ତମ ଅଷ୍ଟପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ

ନିମାପଡା 63 ତମ ଅଷ୍ଟପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ।ନିମାପଡା 29/3/24 ନିମାପଡା 63 ତମ ଅଷ୍ଟପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ।ନିମାପଡା ଗୁହାଳପଡା ସ୍ଥିତ ବୁଦ୍ଧନାଥ ମନ୍ଦିର ପ୍ରାଙ୍ଗଣରେ 63 ତମ ଅଷ୍ଟପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି ।ବୁଧବାର ଦିନ ଅଧିବାସ କଳସ ସ୍ଥାପନ କରା ଯାଇଥିଲା।

ଗୁରୁବାର ଦିନ ଅଷ୍ଟ ପ୍ରହର ନାମ ଯଂଜ୍ଞ ସଂକୀର୍ତନ ଆରମ୍ଭ କରାଯାଇ ଶୁକ୍ରବାର ଦିନ ଦଧିଭାଣ୍ଡ ଭଞ୍ଜନ ଏବଂ ନଗର କିର୍ତ୍ତନ କରାଯାଇଥିବା ଗ୍ରାମର ସଭାପତି ପ୍ରେମାନନ୍ଦ ନାୟକ କହିଛନ୍ତି।ଗୁହାଳପଡା ଗ୍ରାମବାସୀ ବହୁ ଆଡ଼ମ୍ବର ସହକାରେ ଏହି ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ କରୁଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ସରସ ସୁନ୍ଦର କରାଯିବ ବୋଲି ଗ୍ରାମର ଗୋପାଳ ଚନ୍ଦ୍ର ସ୍ୱାଇଁ. କମଳାକାନ୍ତ ସୁବୁଦ୍ଧି ସନ୍ତୋଷ କୁମାର ଦାସ.ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରକାଶ କାରିଛନ୍ତି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇ ଯୋଗ ଦେଇଥିବା ବେଳେ ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *