ନିମାପଡା କ୍ରିକେଟ କପ
ରାମେଶ୍ୱର ସ୍ପୋର୍ଟ୍ସ ଚମ୍ପିୟନ। ନିମାପଡା, ( ) ନିମାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ଚାଲୁଥିଵା ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଏବଂ ରାମେଶ୍ୱର ସ୍ପୋର୍ଟ୍ସ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଇଷ୍ଟକୋଷ୍ଟ ରଲେୱ ଟସ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ 159 ରନ କରିଥିଲେ। ଦଳ ପକ୍ଷରୁ ସର୍ବାଧିକ ପ୍ରଶାନ୍ତ ସାହୁ 34 ରନ ଓ ରାକେଶ ମହାନ୍ତି 37 ରନ ସଂଗ୍ରହ କରିଥିଲେ। ବୋଲିଂ ପକ୍ଷରୁ ଆଶୁତୋଷ ନାୟକ 5 ଟି ୱିକେଟ ଅକ୍ତିଆର କରିଥିଲେ। ଦୁତୀୟାର୍ଦ୍ଧ ଖେଳରେ ରାମେଶ୍ୱର ସ୍ପୋର୍ଟ୍ସଙ୍ଗ ଭୁବନେଶ୍ୱର 162 ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।l ଦଳ ପକ୍ଷରୁ ସର୍ବାଧିକ ଏମ. ଜି ଗୋପାଲ 63 ରନ ଏବଂ ସିଦ୍ଧାର୍ଥ ବେହେରା 49 ରନ ସଂଗ୍ରହ କରିଥିଲେ l ମୁଖ୍ୟ ଅଥିତି ଭାବରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ଆଥେଲେଟିକ ଆସୋସେସନର ଅଧ୍ୟକ୍ଷ ସମୀର ରଞ୍ଜନ ଦାସ, ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ଆସୋସେସନର ସମ୍ପାଦକ ଜୀବନାନନ୍ଦ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଶ୍ରଦ୍ଧାସୁମନ ଦାସ ଏବଂ ଓଲିଉଡ଼ ଅଭିନେତ୍ରୀ ଶିବାନୀ ଯୋଗ ଦେଇଥିଲେ। ଅମ୍ପାୟାର ଭାବରେ ନିର୍ମଳ ମିଶ୍ର, ସମ୍ବିତ ପଟ୍ଟନାୟକ, ସ୍କୋରର ଭାବରେ ରଂଜିତ ନାୟକ ଓମ ରଞ୍ଜନ ପ୍ରଧାନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଖେଳ ପରିଚାଳନା କରିଥିଵା ବେଳେ ଧାରା ବିବରଣୀରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଟଟନ।ମୁଖ୍ୟ ଅତିଥି ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
