ନିମାପଡା ନିଆରା ପରମ୍ପରା (ମା ଗଜଲକ୍ଷ୍ମୀଙ୍କ ପୂଜା ସହ ଏଠାରେ ଲୁପ୍ତ ଲୋକ କଳା ବଞ୍ଚାଇ ରଖିବାର ପ୍ରୟାସ
. ଆଗମନ କରିଛନ୍ତି କରୁଣାମୟୀ ଜଗତଜନନୀ ମା ଲକ୍ଷ୍ମୀ |ଉତ୍ସବ ମୁଖର ହୋଇ ଉଠିଛି ଧରାପୃଷ୍ଠ, ଦୁର୍ଗାପୂଜା ଶେଷ ବେଳକୁ ଗଜଲକ୍ଷ୍ମୀଙ୍କ ଆଗମନରେ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁ ଠାରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ | ବିଭିନ୍ନ ପୂଜା ମଣ୍ଡପ ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ସାଂସ୍କୃତିକ କାର୍ଯ୍ୟକ୍ରମ | ଲୋକ କଳା ଲୋକ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚାଲିଛି ଲୋକ କଳା ନାଟକ ମଞ୍ଚସ୍ଥ ହେଉଛି ପୁରୀ ଜିଲ୍ଲା ନିମାପଡା ଅଂଚଳରେ ଗଜଲକ୍ଷ୍ମୀ ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି | ବିଶେଷ କରି ନିମାପଡା ଗଡ଼ଅଣ୍ଡିଆ ଗ୍ରାମର ପୂଜା ମଣ୍ଡପରେ ମାଙ୍କର ବାଙ୍ଗୀୟ ନୀତିରେ ଚାଲିଛ ପୂଜାର୍ଚ୍ଚନା , ଆଜି ହେଉଛି ପୂଜାର ସପ୍ତମ ଦିବସ ଏଠାରେ ମାଙ୍କର ଅନ୍ନଭୋଗ କରାଯାଏ ନାହିଁ | ମାଙ୍କର ପ୍ରିୟ ଭୋଗ କାକରା | ପୂଜା ଭିତରେ ପଡ଼ିଥିବା ଗୁରୁବାର ଦିନ 100 ଜଣ ସ୍ତ୍ରୀ ଲୋକ ଏକା ସାଙ୍ଗରେ ଲକ୍ଷ୍ମୀ ପୁରାଣ ପାଠ କରିଥାନ୍ତି ବିଶ୍ୱାସ ରହିଛି ଏଠାରେ ମାଙ୍କୁ ଯିଏ ଯାହା ମନାସି ଥାଏ | ତାର ମାନସିକ ପୂରଣ ହେବାର ବିଶ୍ୱାସ ରହିଛି, 68 ବର୍ଷ ଧରି ଏଠାରେ ଚାଲିଛି ମାଙ୍କ ପୂଜା ,ବହୁ ବର୍ଷେ ତଳେ ଏହି ଗ୍ରାମର ଲୋକ ଜୀବିକା ନିର୍ବାହ କରିବା ପାଇଁ କଲିକତା ଯାଇଥିଲେ ସେଠାରୁ ଗ୍ରାମକୁ ଆସି ଏଠାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ| ସେବେଠାରୁ ଗ୍ରାମବାସୀ ମାନେ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି | ତେବେ ଏଠାରେ ଏକ ନିଆରା ପରମ୍ପରା ହେଉଛି ନଅ ଦିନ ଧରି ଚାଲିଥିବା ପୂଜାରେ ଲୋକ କଳାକୁ ବଞ୍ଚାଇ ରଖିବାର ପ୍ରୟାସ କରନ୍ତି ଗ୍ରାମବାସୀ ମାନେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ହଜି ଯିବାକୁ ବସିଥିବା ଲୋକ କଳାକୁ ବଞ୍ଚାଇ ରଖିବାର ପ୍ରୟାସ କରି ପ୍ରତ୍ୟେକ ଦିନ ଲୋକ କଳା କାର୍ଯ୍ୟକ୍ରମର ପ୍ରତିଯୋଗିତା କରିଥାନ୍ତି. ଦାସକାଠିଆ. ପାଲା. କଣ୍ଢେଇନାଚ.ଘୋଡାନାଚ ବିଭିନ୍ନ ପ୍ରକାର ଲୋକ ନୃତ୍ୟ. ଗ୍ରାମୀଣ ନାଟକ ମଞ୍ଚସ୍ତ କରାଯାଇ ପ୍ରତିଯୋଗିତା କରାଯାଇଥାଏ. ଶେଷ ଦିନରେ କଳାକାର ମାନଙ୍କୁ ପୁରସ୍କୃତ କରାଯାଇ ପ୍ରୋତ୍ସାହିତ କରାଯାଇଥାଏ ଏହି ଲୋକ କଳାକୁ ବଞ୍ଚାଇ ରଖିବା ହଜି ଯାଉଥିବା ଲୋକ କଳାକୁ ବଞ୍ଚାଇ ରଖିବାର ନିଆରା ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି ଆୟୋଜକ କମିଟି ସଭାପତି କହିଛନ୍ତି.ଏହାସହ ଏଠାରେ ପଡ଼ିଥିବା ମିନା ବଜାରର ମଜା ନେଇଥାନ୍ତି ଦର୍ଶକ ମାଙ୍କର ପୂଜା ସାଙ୍ଗକୁ ଲୋକ କଳାକୁ ବଞ୍ଚାଇ ରଖିବାର ନିଆରା ପ୍ରୟାସ ଏହି ପୂଜା ମଣ୍ଡପ ବିଶେଷତ୍ୱ ଥିବା ବେଳେ ଆସନ୍ତା ବର୍ଷ ପାଇଁ କିଛି ନୂଆ ନିଆରା କରିବା ପାଇଁ କମିଟିର ପ୍ରସ୍ତୁତି ସ୍ୱାଗତ ଯୋଗ୍ୟ |
ନିମାପଡାରୁ ନିବେଦିତା ମିଶ୍ର reporter
