ରାହାମା ମକର ପଡିଆରେ ନବ ଦିନ ବ୍ୟାପୀ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ

Date-09/03/26ରାହାମା ସ୍ଥାନୀୟ ମକର ପଡିଆରେ ୨୭ ବର୍ଷ ଧରି ନବ ଦିନ ବ୍ୟାପୀ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । “ଶ୍ରୀରାମ କୃପା ପରିଷଦ”, ତାଳପଡା ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏହି ଆଧ୍ୟାତ୍ମିକ ଉତ୍ସବରେ ଜଟଣୀ ସ୍ଥିତ ରାମାନୁଭବ ଆଶ୍ରମର ମହନ୍ତ ଶ୍ରୀ ଶିବସ୍ୱରୂପ ଗିରି ବ୍ୟାସ ଭାବେ ଯୋଗ ଦେଇଥିଲେ । ପ୍ରବକ୍ତା ପଣ୍ଡିତ ସୁଶାନ୍ତ କୁମାର ଅଗ୍ନିହୋତ୍ରୀ ଓ ସୁରେନ୍ଦ୍ର ଦାସଙ୍କ ସହ ଏଥିରେ ନବଦିନ ବ୍ୟାପୀ ପ୍ରବଚନ ପ୍ରଦାନ କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଶହ ଶହ ଶ୍ରୋତା ପ୍ରଭୁ ଶ୍ରୀରାମଙ୍କ କଥାମୃତରେ ଆପ୍ୟାୟିତ ହୋଇଥିଲେ ।

ପ୍ରତିବର୍ଷ ଭଳି ସୁନ୍ଦରକାଣ୍ଡ ଉତ୍ସବରେ ହନୁମାନଙ୍କ ଲୀଳାର ଅଭିନୟ ଓ ହନୁମାନଙ୍କ ଦ୍ୱାରା ‘ଲଙ୍କା ଦହନ’ ଉତ୍ସବକୁ ଦର୍ଶକମାନେ ଆନନ୍ଦରେ ଉପଭୋଗ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବାରେ ରାହାମାର ଏହି “ଶ୍ରୀରାମ କୃପା ପରିଷଦ” ଅନେକ ବର୍ଷ ଧରି ଅଗ୍ରଣୀ ଭୂମିକା ତୁଲାଇ ଆସିଛି । ଅଧ୍ୟାପକ ପ୍ରଦ୍ୟୁମ୍ନ କିଶୋର ମିଶ୍ର, ପରିଷଦର ସଭାପତି ସାରଦା ପ୍ରସାଦ ସାହୁ ଓ ସମ୍ପାଦକ ବାଲୁଙ୍କେଶ୍ୱର ସାହୁଙ୍କ ତତ୍ତ୍ଵାବଧାନରେ ନବଦିନ ବ୍ୟାପୀ ଏହି ଉତ୍ସବ ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *