ଭଦ୍ରକ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅର୍ଣ୍ଣପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ନବମ ବାର୍ଷିକୋତ୍ସବ
ଭଦ୍ରକ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅର୍ଣ୍ଣପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ନବମ ବାର୍ଷିକୋତ୍ସବ ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେବଳ ଏକ ଶୈକ୍ଷିକ ଅନୁଷ୍ଠାନ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତି,ପରମ୍ପରା ,ଆଧ୍ୟାତ୍ମିକ ଭିତ୍ତିଭୂମି ର ପୁନରୁତ୍ଥାନ ପାଇଁ ଏକ ଆନ୍ଦୋଳନ।ସଂସ୍କାର ସମ୍ପନ୍ନ ଜୀବନ ଚର୍ଯ୍ୟା ଏକ ସୁସ୍ଥ ଭାରତ ଗଠନ ର ସହାୟକ ହେବ।ଯାହା ଶିଶୁ ମନ୍ଦିର ର ମୂଳ ଲକ୍ଷ ବୋଲି ଏଥିରେ ଯୋଗ ଦେଇ ଅତିଥି ମାନେ ମତ ପ୍ରକାଶ କରିଥିଲେ।ଶିଶୁ ମନ୍ଦିର ର ସଭାପତି ସାହିତ୍ୟିକ ତଥା ସଙ୍ଗୀତକାର ମନୋଜ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଦ୍ରକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି, ସହ ବିଭାଗ କାର୍ଯ୍ୟ ବାହ ,ବାଲେଶ୍ଵର ବିଭାଗ ତଥା ନୀଳାଚଳ ଇସ୍ପାତ ର ଡେପୁଟି ମ୍ୟାନେଜର ଶ୍ରୀ ବରୁଣ ବନ୍ଛୋର ମୁଖ୍ୟବକ୍ତା, ଶ୍ରୀରାମ ନବମୀ କମିଟି ଭଦ୍ରକ୍ ର ସଭାପତି ଶ୍ରୀ ନିତ୍ୟାନନ୍ଦ ନାୟକ ଓ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ର ସଭାପତି ଆଶୋକ କୁମାର୍ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସଞ୍ଜୁ ଲତା ସାହୁ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ସଂପାଦକ ଇଂ.ଜ୍ଞାନ ରଞ୍ଜନ ବାରିକ।ବିଦ୍ୟାଳୟ ର କୃତି ଛାତ୍ରୀ ପ୍ରାର୍ଥନା ପାଣିଗ୍ରାହି ଓ ଭାଇ ସୌମ୍ୟଜିତ୍ ଓଝା ସ୍ୱଅଙ୍କିତ ବିଧାୟକ ଙ୍କ ଫଟୋ ଚିତ୍ର ବିଧାୟକ ଙ୍କୁ ପ୍ରଦାନ କରିବା ସହିତ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପ୍ରାପ୍ତି ପାଇଁ ଭଉଣି ଜିଜ୍ଞାଶା ରାଉତ୍, ପଞ୍ଚମ ଶ୍ରେଣୀ ପାଇଁ ଦିପାଞ୍ଜଳି ପରିଡ଼ା ଓ ଚଳିତ ଶିକ୍ଷ୍ୟା ବର୍ଷ ର ଚମ୍ପିୟାନ ଭାଇ ଆଶୁତୋଷ ଦାସ ଓ ଭଉଣି ଶୁଭଲକ୍ଷ୍ମି ବେହେରା ଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟାନ୍ୟ କୃତୀ ପାଇଁ ତିରିଶ ଜଣ ଭାଇ ଭଉଣି ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବୌଦ୍ଧିକ ପରିଚାଳନା ରେ ହରପ୍ରିୟା ପାତ୍ର, ସମାପ୍ତି ପ୍ରିୟଦର୍ଶିନୀ ପଣ୍ଡା, ଜୟଶ୍ରୀ ଲେଙ୍କା, ମଞ୍ଚ ପରିଚାଳନା ରେ ବିଦ୍ୟା ପ୍ରବିଣା ବାରିକ, ଦୀପାଞ୍ଜଳି ପରିଡ଼ା, ଘୋଷ ପରିଚାଳନା ସୁନନ୍ଦା ପତି ଓ ମୀନାକ୍ଷୀ ପଣ୍ଡା, ସ୍ବାଗତ ଦାୟିତ୍ୱରେ ମାମାନି ମହାନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ସୁଲୋଚନା ପାଢ଼ୀ, ମିନାଦିଶ୍ୱରି ଗୁରୁମା, କାନ୍ତା ରାଣି ଘୋଷାଲ୍, ଜ୍ୟୋତ୍ସ୍ନା ରାଣୀ ଦାସ, ଅନ୍ନପୂର୍ଣ୍ଣା ପାତ୍ର, ପାପିୟା ରାୟ, ନିବେଦିତା ସାହୁ, ଶ୍ରଦ୍ଧାଞ୍ଜଳି ସାହୁ ଓ ରଞ୍ଜନ ପୁଣ୍ଟିଆ ସହଯୋଗ୍ କରିଥିଲେ।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଧାଗୋବିନ୍ଦ୍ ବାରିକ (ମାଷ୍ଟର ଚିଣ୍ଟୁ) ନିର୍ଦ୍ଦେଶନା ଓ ମାନୋଜ ପଣ୍ଡା ଙ୍କ ସଂଗୀତ ସଂଯୋଜନା ରେ ଏକଲବ୍ୟ ଗିତାଭିନୟ ସହିତ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
