ନୟାଗଡ଼ ଜିଲ୍ଲା ପରିଷଦର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଅସନ୍ତୋଷ ପ୍ରକାଶ କରି କକ୍ଷ ପରିତ୍ୟାଗ କଲେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ :ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ କକ୍ଷକୁ ଫେରିଲେ ଜିଲ୍ଲା ପରିଷଦ ସଦସ୍ୟ ନୟାଗଡ଼ ଜିଲ୍ଲା ପରିଷଦର ନବମ ସାଧାରଣ ଅଧିବେଶନ ଏଠାକାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୃଜନ ଗୃହରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଚାଲୁଥିବା ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା |ଫଳରେ ଉପସ୍ଥିତ ବିଜେଡି ଜିଲ୍ଲାପରିଷଦ ସଦସ୍ୟ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ନାରାବାଜି କରି କକ୍ଷ ତ୍ୟାଗ କରିଥିଲେ | ପରେ ଜେ.ପି ସଦସ୍ୟ ମାନେ ସମ୍ମିଳନୀ କକ୍ଷ ବାହାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମିଳିତ ହୋଇ ନିଜର ଅସୂୟା ଭାବ ପ୍ରଦର୍ଶନ କରି ଥିଲେ |ତେବେ ଘଟଣା ଜୋର ହେବାରୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଧାରଣସ୍ଥଳୀକୁ ଆସି ବୁଝା ସୁଝା କରିବାରୁ ଜିଲ୍ଲାପରିଷଦ ସଦସ୍ୟ ମାନେ ପୁନଶ୍ଚ ଅଧିବେଶନରେ ଉପସ୍ଥିତ ହୋଇ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ହେଉଥିବା ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ ତେବେ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ପଢିଆରି ନିଜ ଅଂଚଳରେ ହୋଇଥିବା ଏକ କାର୍ଯ୍ୟର ଅନିୟମିତତା ସମ୍ପର୍କରେ ଓଡ଼ଗାଁ ବିଡ଼ିଓଙ୍କୁ ଜଣାଇଥିଲେ ମାତ୍ର ସେ ଅଧିକାରୀ କିଭଳି ତାକୁ ଏଡେଇ ଯାଇଥିଲେ ସେ ସମ୍ପର୍କରେ ଅଧିବେଶନର ଦୃଷ୍ଟି ଆକର୍ଷଣ କରିଥିଲେ |

Leave a Reply

Your email address will not be published. Required fields are marked *