ଉପାଧ୍ୟାକ୍ଷା ଙ୍କ ନିର୍ଯ୍ୟାତନାରେ ନବମ ଶ୍ରେଣୀ ଛାତ୍ରଙ୍କଆତ୍ମହତ୍ୟା ଉଦ୍ୟମ
ରଘୁନାଥପୁର ତା ୧୧/୨–ଛାତ୍ରଛାତ୍ରୀ ମାନେ ଅଧିକସୣଙ୍ଖଳିତ ଓ ଉନ୍ନତ ଶିକ୍ଷାଗ୍ରହଣକରିବା ପାଇଁ ରାଜ୍ୟର ସମସ୍ତ ବ୍ଲକରେ ସରକାର ଆଦର୍ଶ ବିଦ୍ୟାଳୟ ର ବ୍ୟବସ୍ଥା କରିଛନ୍ତି।ଏହିବିଦ୍ୟାଳୟ ଉପରେ ସରକାର କି ପ୍ରଶାସନର ସେଭଳିଆ ଅଙ୍କୁଶ ରହୁନଥିବାରୁ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ପ୍ରକାର ସେଛାଚାରିତା ହୋଇପଡିଛନ୍ତି।ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ରେ। ଏଠାରେ ଜଣେ ଛାତ୍ର ଙ୍କୁ ଉପାଧ୍ୟାକ୍ଷା ଙ୍କ ନିର୍ଯ୍ୟାତନା କୁ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ରଘୁନାଥପୁର ବ୍ଲକ ଗୁଆଳିପୁର ପଞ୍ଚାୟତ ଅରଙ୍ଗ ଗ୍ରାମର ସ୍ଵର୍ଗତ ଅଶୋକ କୁମାର ମହାନ୍ତି ଙ୍କ ପୁଅ ଅଭିନବ ମହାନ୍ତି ଏହି ବିଦ୍ୟାଳୟ ରେ ନବମଶ୍ରେଣୀରେ ଅଧ୍ୟୟନ ରତଅଛନ୍ତି।ଗତ ଫେବୃଆରୀ ମାସ ୧୦ତାରିରେ ଉପାଧ୍ୟକ୍ଷ ଅଭିନବକୁ ତାଙ୍କ ଚାମ୍ବର କୁ ଡକାଇ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପିଅନ ଙ୍କୁ ସର୍ବସମ୍ବୁଖରେ ଆଣ୍ଠେଇ ଗୋଡଧରି ଭୁଲ ମାଗିବାପାଇଁ କହିଥିଲେ।ଛାତ୍ର ଜଣକ କାରଣ ପଚାରିବାରୁ ବାର୍ଷିକ ଉତ୍ସବରେ ନାଚଗୀତ ବିଷୟରେ ଗୀତ ଶିକ୍ଷକ ଙ୍କ ସହ ଆଲୋଚନା କରୁଥିବା ସମୟରେ ବିଦ୍ୟାଳ ର ପିଅନ ସତ୍ୟରଂଜନ ମହାନ୍ତି କୁ ଦୁର୍ବ୍ୟବହାର ପଦର୍ଶନ କରିଥିବା କଥା କହି ଶାରୀରିକ,ମାନସିକ ନିର୍ଯ୍ୟାତନା ଦେଇ ପିଅନ ସତ୍ୟରଞ୍ଜନ କୁ ଗୋଡଧରି ଭୁଲମାଗିବାପାଇଁ ବାଧ୍ୟକରିଥିଲେ।ଛାତ୍ରଜଣକ ର କିଛିଭୁଲନଥାଇ ଭୟଭୀତ ହୋଇ ଭୁଲହୋଇଛିବୋଲି କହିଥିଲା। ସେଥିରେ ଉପାଧ୍ୟାକ୍ଷା ଙ୍କ ମନଶାନ୍ତି ହୋଇନଥିଲା ଉତେଜିତ ହୋଇ ଛାତ୍ରଙ୍କ କଲରଧରି ଗଳାରେ ଧକ୍କା ଦେଇ ଗୋଡଧରି ଭୁଲମାଗିବାପାଇଁ କହିଥିବାରୁ ସର୍ବସମ୍ବୁଖରେ ଲଜ୍ଜିତ ହୋଇ କାନ୍ଦିକାନ୍ଦି ଛାତ୍ରଜଣ ଘରେ ଜଣାଇବାସହ ଆଉ ସ୍କୁଲକୁଯିବନାହିଁ ବୋଲି ମନାକରିଦେଇଥିଲା।ମାନସିକ ନିର୍ଯ୍ୟାତନା ରେ ଜର୍ଜରିତ ହୋଇ ସନ୍ଧ୍ୟା ସମୟରେ ଆତ୍ମହତ୍ୟା କରିବାର ଉଦ୍ୟମ କରୁଥିବା ସମରେ ତାଙ୍କ ମାଆ ବନଜା ମହାନ୍ତି କାବୁକରିବାସହ ରଘୁନାଥପୁର ଥାନାରେ ଘଟଣା ସମ୍ପର୍କ ରେ ଲିଖିତ ଅଭିଯୋଗ କରିଥିଲେ।ତେବେ ପିଅନଜଣକ ଛାତ୍ର ଙ୍କଠାରୁ ଦୂର୍ବ୍ୟବହାର ସମ୍ଫର୍କରେ ଉପାଧ୍ୟକ୍ଷା ଙ୍କୁ ଅଭିଯୋଗ କରିନଥିବା,ଗୀତ ଶିକ୍ଷକ ଓ ଉପାଧ୍ୟକ୍ଷା ଙ୍କ ସଡଯନ୍ତ୍ରରେ ମୋ ପୁଅକୁ ନିର୍ଯ୍ୟାତନା ଦିଆଯାଇଛି ବୋଲି ବନାଜା ଅଭିଯୋଗ ରେ ଦର୍ଶାଇଛନ୍ତି। ଅଭିଯୋଗ କୁ ୨ଦିନ ବିତିଯାଇଥିଲେ ମଧ୍ୟ ପୋଲିସତଦନ୍ତ ସରିପାରୁନାହିଁ।ଯାହାକୁ ନେଇ ବନଜା ମହାନ୍ତି ମାନବା ଧିକାର କମିସନରଙ୍କ ଦ୍ବାରସ୍ତ ହୋଇଥିବାର ଗଣମାଧ୍ୟମ କୁ କହିଛନ୍ତି।ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଛାତ୍ର ଓ ତାଙ୍କ ମାଙ୍କୁ ସାଥିରେ ନେଇ ଘଟଣାର ତଦନ୍ତ କରିବାକଥା।ମାତ୍ର ଏଠାରେ ତାହା କରାନଯାଇ ଏକ ତରଫାଭାବେ ପୋଲିସ ବିଦ୍ୟାଳୟ କୁ ଯାଇ ତଦନ୍ତ କରିବା କେତେଦୂର ଠିକ ବୋଲି ବନଜା ଅଭିଯୋଗ ଉଠାଇ ଛନ୍ତି। ଅପର ପକ୍ଷରେ ବାଲେଶ୍ୱର ଏଫଏମ କଲେଜର ଛାତ୍ରୀଙ୍କୁ ନିର୍ଯ୍ୟାତନା ରେ ଆତ୍ମହତ୍ୟା ଘଟଣା ମାନସପଟରୁ ଲିଭିନଥିବାବେଳେ ଆଦର୍ଶ ବିଦ୍ୟାଳୟ ର ନବମଶ୍ରେଣୀ ଛାତ୍ର ଙ୍କୁ ମାନଶିକ ନିର୍ଯ୍ୟାତନା ଏହାର ପୂର୍ନାଆବୣତି ହେବନାହିଁ ତ।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ଦିବୀହେଉଛି।
