ବିରିଡି ବ୍ଳକରେ ନବମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

Date-10/09/25*- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକରେ ନବମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଂଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବ୍ଲକ ଉନ୍ନୟନ ଅଧିକାରୀ ଆୟୁଷି ପତି, ଜିଲ୍ଲାପାରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାସ, ପ୍ରମୁଖ ଯୋଗ ଦେଇ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ରାଜ୍ୟ ସରକାର ଙ୍କ ଯୋଜନା କିପରି ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚିବ ସେ ଉପରେ ଗୁରୁତ୍ୱ ଦେଇ ଥିଲେ ବିଧାୟକ । ତେବେ ଏହି ବୈଠକରେ 21 ଟି ପଂଚାୟତ ରେ ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇ ଥିବାବେଳେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *