ନିରଙ୍କରୀ ଭକ୍ତଙ୍କୁ ନେଇସେବା ଦଳ ସ୍ଥାପନ
ଓଡ଼ଗାଁ – ତା ୨୩-୦୩-୨୬ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଡିମିସର୍ ଠାରେ ପ୍ରତିଷ୍ଠା କରାଯାଇଥିବା ନିରଙ୍କରି ଧର୍ମ ମିଶନ କାର୍ଯ୍ୟାଳୟ ଠାରେ ନୀରଙ୍କରି ମିଶନ ମୁଖି ମଦନ ମୋହନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଆଞ୍ଚଳିକ ନୀରଙ୍କରୀ ସେବାଦଳ ଗଠନ କରାଯାଇଛି । ଶତାଧିକ ନିରଙ୍କରୀ ପୁରୁଷ ଓ ମହିଳା ଭକ୍ତଙ୍କ ଉପସ୍ଥିତିରେ ୩୫ ଜଣ ପୁରୁଷ ଓ ୨୫ ଜଣ ମହିଳାଙ୍କୁ ସର୍ବମୋଟ ୬୦ ଜଣ ଭକ୍ତଙ୍କୁ ନେଇ ଏକ ନିରଙ୍କରୀ ସେବାଦଳ ପ୍ରଥମକରି ଗଠନ କରାଯାଇଛି । ଡିମିଶର ଠାରେ ଥିବା ନିରଙ୍କରୀ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିରଙ୍କରି ଓଡ଼ିଶା କ୍ଷତ୍ରିୟ ସଞ୍ଚାଳକ ଶ୍ରୀଯୁକ୍ତ ଅକ୍ଷୟ ମହାରଣା ଉପସ୍ଥିତ ରହି ସେବାଦଳ ଗଠନ କରିବା ସହିତ ସେମାନଙ୍କୁ ସେବା କରିବା ଉପରେ ତାଲିମ ପ୍ରଦାନ କରିଥିଲେ । କୌଣସି କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଅସୁବିଧା ସମୟରେ ସେବାଦଳର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଆବଶ୍ୟକୀୟ ସେବା ଯୋଗାଇଦେବାକୁ ପ୍ରତିବଦ୍ଧତା ହୋଇଥିଲେ । ଏହି ସେବାଦଳ ଗଠନ ଫଳରେ ଆଞ୍ଚଳିକ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଦସ୍ୟ ଓ ସଦସ୍ୟା ସେବା ଯୋଗାଇଦେବେ । ଡିମିସର୍ ନିରଙ୍କରୀ ମିଶନ ଗୃହର ତତ୍ତ୍ୱାବଧାରକ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସମ୍ପୂର୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା ।
