ଏନଏନଇଏ ର ରାଜ୍ୟସ୍ତରୀୟ କର୍ମଶାଳାରେ ସାମ୍ବାଦିକ ନୃସିଂହ ବାରିକ ସମ୍ମାନିତ

ଏନଏନଇଏ ର ରାଜ୍ୟସ୍ତରୀୟ କର୍ମଶାଳାରେ ସାମ୍ବାଦିକ ନୃସିଂହ ବାରିକ ସମ୍ମାନିତ
ରାୟଗଡ଼ା-୨୮/୧୨-ଭୁବନେଶ୍ବର ସ୍ଥିତ ଲୋହିଆ ଏକାଡେମିରେ ଶନିବାର ଦିନ ଆୟୋଜିତ ଜାତୀୟ ସମ୍ବାଦପତ୍ର ସଂପାଦକ ସଂଘର ରାଜ୍ୟସ୍ତରୀୟ ସାମ୍ବାଦିକତା କର୍ମଶାଳାରେ ଦୈନିକ ତୀର୍ଥକ୍ଷେତ୍ରର ରାୟଗଡ଼ା ଜିଲ୍ଲାର ସ୍ବତନ୍ତ୍ର ସମ୍ବାଦଦାତା ନୃସିଂହ ଚରଣ ବାରିକଙ୍କୁ ଆଇଏମସିର ପ୍ରଫେସର ମୃଣାଳ ଚାଟାର୍ଜୀ ସମ୍ମାନିତ କରିଛନ୍ତି। ଏଥିସହ ଆଦିବାସୀ ଯୁବନେତା ତଥା ବିଶିଷ୍ଟ ସମାଜସେବୀ ଶରତ ଦାସ ଓ ବସନ୍ତ କୁମାର ପେଦେଣ୍ଟିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ପ୍ରଫେସର ଶ୍ରୀ ମୃଣାଳ ଚାଟାର୍ଜୀ ଏନଏନଇଏର ଦିନିକିଆ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମ୍ବାଦିକତା ଉପରେ ତାଲିମ ପ୍ରଦାନ କରିଥିଲେ। ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ପାଇଁ ଶ୍ରୀ ବାରିକଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିଲା। ଏଥି ପାଇଁ ମିଡ଼ିଆ କେୟାର ରାୟଗଡ଼ାର ସଭାପତି ବାଦଲ ଥା, ଶିକ୍ଷକ ନେତା ପ୍ରସନ୍ନ ରଥ, ସମାଜସେବୀ ପ୍ରଭାସ ସେଠୀ, ମୂର୍ତ୍ତି ମିଣିଆକା, ଆଇନଜୀବୀ ମଙ୍ଗଳ ମୂର୍ତ୍ତି ବେଉରିଆ ଓ ମୋତିଲାଲ ନାୟକ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *