ବଦଳି ପରେ ବି ଛାଡ଼ିଲେନି ପଦବୀ

ବଦଳି ପରେ ବି ଛାଡ଼ିଲେନି ପଦବୀ; ମାଜିଷ୍ଟେଟ ଙ୍କ ଉପସ୍ଥିତିରେ କଟାଗଲା ଅଫିସ ତାଲା।
କୋଣାର୍କ,୨୨.୧୧()
ପୂରୀ ଜିଲ୍ଲା କୋଣାର୍କ ୱାଟକୋ ସେକ୍ସନ ରେ ଦିର୍ଘ ଦିନ ହେଲା ବିଭିନ୍ନ ସମସ୍ୟା ମାନ ଦେଖିବାକୁ ମିଳିଥିଲା। ପୂର୍ବରୁ ଥିବା କନିଷ୍ଠ ଯନ୍ତ୍ରୀ ତଥା ସହକାରୀ ପରିଚାଳକ ଦୀପ୍ତି ରଞ୍ଜନ ପାତ୍ର ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କୁ କୋଣାର୍କରୁ ବଦଳି କରାଯାଇଥିଲା। ତାଙ୍କ ନାମରେ ଅନେକ ଅଭିଯୋଗ ପରେ ଗତ ମାର୍ଚ୍ଚ ମାସରେ ତାଙ୍କୁ ମୁଣ୍ଡଳି କୁ ବଦଳି କରାଯାଇଥିଲା। କିନ୍ତୁ ଉପର ମୁଣ୍ଡରେ ନେତା ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ଧରି ପୁଣି କିଛି ମାସ କୋଣାର୍କ କାର୍ଯ୍ୟଳୟରେ ରହିଥିଲେ। ହେଲେ ସଠିକ୍ ଭାବେ ଲୋକଙ୍କୁ ସେବା ପ୍ରଦାନରେ ଅବହେଳା, ଅଫିସରେ ମଦ୍ୟପାନ କରିବା, ପାନୀୟ ଜଳ ଯୋଗାଣରେ ସମସ୍ୟା, କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଅନେକ ଫଲ୍ସ ବିଲ୍ ଆଦି କରି ବିବାଦୀୟ ଥିଲେ। ପରବର୍ତ୍ତୀ ସମୟରେ ଚଳିତ ମାସ ୩ ତାରିଖରୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ହୋଇଛି। କିନ୍ତୁ ୨ ସପ୍ତାହ ପରେ ବି ନୂତନ ଭାବେ ଯୋଗ ଦେଇଥିବା କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ପଟ୍ଟନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ନାହିଁ । ଯାହା ଫଳରେ ପୁରୀ ଜିଲ୍ଲା ୱାଟକୋ ସାଧାରଣ ପରିଚାଳକ ବିକ୍ରମ ରାଉତ ଏନେଇ କୋଣାର୍କ ପୋଲିସ୍ ଓ ଗୋପ ତହସିଲଦାର ତଥା ମାଜିଷ୍ଟେଟ୍ ଙ୍କୁ ପତ୍ର ଲେଖିଥିଲେ। ଆସନ୍ତା କୋଣାର୍କ ଉତ୍ସଵ, ବାଲୁକା କଳା ଉତ୍ସବ, ସୁଭଦ୍ରା ଶକ୍ତି ମେଳା ପରିଚାଳନାକୁ ଦୃଷ୍ଟିରେ ରଖି ଗୋପ ମାଜିଷ୍ଟେଟ୍ ସୂର୍ଯ୍ୟ ଶଙ୍କର ଦାଶ, ୱାଟକୋ ନିମାପଡ଼ା ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା, କୋଣାର୍କ ଥାନା ଏଏସଆଇ ସ୍ବରାଜ କେଶରୀ ସିଂ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ କୋଣାର୍କ କାର୍ଯ୍ୟଳୟରେ ପହଞ୍ଚି ସମସ୍ତ ଗୋଦାମ ଗୃହ ଓ କାର୍ଯ୍ୟାଳୟର ତାଲା କଟା ଯାଇଥିଲା। ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ସମସ୍ତ ଆସବାବପତ୍ର ଓ ସାମଗ୍ରୀର ଚିଠା କରାଯାଇ ନୂତନ କୋଲପ ପକା ଯାଇଥିଲା। ପରେ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ନୂତନ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ପଟ୍ଟନାୟକଙ୍କୁ ଦାୟିତ୍ଵ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *