ପିତ୍ତଳ ପଞ୍ଚାୟତ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ

ହିଞ୍ଜିଳିକାଟୁ ୧/୧୧ ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତ୍ତଳ ପଞ୍ଚାୟତ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ ଯୋଗୁଁ ଶନିବାର ଦିନ ଧାର୍ଯ୍ୟ ହୋଇଥିଲା।ଶନିବାର ଦିନ ପଞ୍ଚାୟତ ରେ ପିତ୍ତଳ ପଞ୍ଚାୟତ ର ସରପଞ୍ଚ ବିରୋଧରେ ଅନାସ୍ଥା ଭୋଟ ପାଇ ଉପଜିଲ୍ଲାପାଳ ଭଞ୍ଜନଗର ତାରିଖ ଧାର୍ଯ୍ୟ ହୋଇଥିଲା।ସେହି ପରିପ୍ରେକ୍ଷୀରେ ତହସିଲଦାର ତ୍ରିଦେବ ରଥ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହିଥିବା ବେଳେ ବିଡ଼ିଓ ତୃପ୍ତିମୟୀ ଜେନା ସହ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିଲେ।ସମୟ ଧାର୍ଯ୍ୟ ହୋଇଥିଲା ପୂର୍ବାହ୍ନ ୧୧ଟା, ପିତ୍ତଳ ପଞ୍ଚାୟତ ର ମୋଟ ଓ୍ବାର୍ଡ ସଭ୍ୟ ସଂଖ୍ୟା ୧୮ ଥିଲା। ପରନ୍ତୁ ଵହୁଦିନ ପୂର୍ବରୁ ଜଣେ ସଭ୍ୟା ଙ୍କ ସଭ୍ୟ ପଦ ରଦ୍ଧ ହୋଇଥିଲା।ଆଜି ମୋଟ ୧୭ ଜଣ ସଭ୍ୟ ସଭ୍ୟା ଅନାସ୍ଥା ପ୍ରସ୍ତାବ ଭୋଟରେ ଭାଗ ନେଇଥାନ୍ତେ।ସମୟ ରେ ମାତ୍ର ୮ଜଣ ସଭ୍ୟ ସଭ୍ୟା ପହଞ୍ଚି ଥିଲେ।ମୋଟ ୯ ଜଣ ପହଞ୍ଚିଥିଲେ ଅନସ୍ଥା ପାଇଁ ଭୋଟ ହୋଇଥାନ୍ତା।ସମୟ ସରିବା ପର୍ଯ୍ୟନ୍ତ ମାତ୍ର ୮ ଜଣ ସଭ୍ୟ ସଭ୍ୟା ରହିଥିଲେ। ଆବଶ୍ୟକ ୯ ଜଣ ଥିବାବେଳେ ୮ ଜଣ ରହିବାରୁ ଅନାସ୍ଥା ପାଇଁ କୋରମ ହୋଇ ନଥିଲା।ଫଳରେ ନିର୍ବାଚନ ଅଧିକାରୀ ଦାୟିତ୍ଵ ରେ ଥିବା ତହସିଲଦାର ତ୍ରିଦେବ ରଥ କୋରମ ଅଭାଵ ଯୋଗୁଁ ଅନସ୍ଥା ପାଇଁ ଭୋଟ ଗ୍ରହଣ କରାଯାଇ ନଥିଲା।ପ୍ରକାଶ ଥାଉକି ନଭେମ୍ବର ୨୯ ତାରିଖ ୨୦୨୪ ରେ ପିତ୍ତଳ ପଞ୍ଚାୟତ ର ସଂଖ୍ୟାଧିକ ସଭ୍ୟ ମାନେ ସରପଞ୍ଚ ରାମ ରାଘବ ପାତ୍ର ଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ କରିବାକୁ ଭଞ୍ଜନଗର ଉପଜିଲ୍ଲାପାଳ ଠାରେ ଭେଟି ଦରଖାସ୍ତ ଦେଇଥିଲେ।ଏହି ଅଭିଯୋଗ ପତ୍ର ରାୟ ଦେଇ ନଭେମ୍ବର ୧ ,୨୦୨୫ରେ ଭୋଟ କରିବାକୁ ସ୍ଥାନୀୟ ତହସିଲଦାର ଓ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ‌।ଜିପିଓ ରବି କୁମାର ଓ ଗ୍ରାମସେବକ ପ୍ରଦ୍ୟୁମ୍ନ କୁମାର ଦାଶ ନିର୍ବାଚନ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *