ମୋଚି ସାହିରେ ବିକାଶ କାର୍ଯ୍ୟ ଶୁନ

ମୋଚି ସାହିରେ ବିକାଶ କାର୍ଯ୍ୟ ଶୁନ,ପ୍ରତିବାଦରେ କର୍ପୋରେଟରଙ୍କ କୋକେଇ ଶବ ଯାତ୍ରା ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡନମ୍ବର ୧୯ ରେ ବିକଶିତ କାର୍ଯ୍ୟ ଠପ୍ ନେଇ ୱାର୍ଡ ବାସୀ ପ୍ରତିବାଦ କରିଛନ୍ତି l ୱାର୍ଡନମ୍ବର ୧୯ ଅନ୍ତର୍ଗତ ମୋଚି ସାହି ବାସିନ୍ଦା କର୍ପୋରେଟର ଙ୍କ ଶବ ଯାତ୍ରା ବାହାର କରିଛନ୍ତି l ଦୀର୍ଘ ୩ ବର୍ଷ ବିତଯାଇଥିଲେ ସୁଦ୍ଧା କୌଣସି ଉନ୍ନତୀ ମୂଳକ କାର୍ଯ୍ୟ କରୁନାହାଁନ୍ତି l ସାହିରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ଅଞ୍ଚଳ ଗସ୍ତ କରୁନାହାଁନ୍ତି l କର୍ପୋରେଟର ଘର ପାଖକୁ ଯାଇ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାଁନ୍ତି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ଲ୍ଆମ ୱାର୍ଡ କର୍ପୋରେଟର କାଦମ୍ବରୀ ଦାଶ କୌଣସି କାର୍ଯ୍ୟ କରୁନାହାନ୍ତି ଆମ ସମସ୍ୟା ଶୁଣୁନାହାନ୍ତି,ଆମ ପାଇଁ ଆମ କର୍ପୋରେଟର ମରିଗଲେ l

କର୍ପୋରେଟର ଙ୍କ ଶବ ଯାତ୍ରା ମାଧ୍ୟମରେ ବିରୋଧ କରୁଛୁ ବୋଲି ଅଞ୍ଚଳ ବାସୀ କହିଛନ୍ତି l ଆମ ଅଭିଯୋଗ ଏଣିକି ମେୟର ଓ ବିଧାୟକ ଙ୍କୁ ଜଣାଇବୁ ବୋଲି କହିଛନ୍ତି ଅଞ୍ଚଳ ବାସୀ l ଏଥିରେ ବହୁ ଅଞ୍ଚଳ ବାସୀ ସାମିଲ ରହି କର୍ପୋରେଟର କାଦମ୍ବରୀ ଦାଶ ମୃଦା ବାଦ୍ ନାରା ଦେଇ ସାହିରେ କର୍ପୋରେଟର ଙ୍କ କୋକେଇ ଧରି ବୁଲିଥିଲେ l

Leave a Reply

Your email address will not be published. Required fields are marked *