ବାସନ୍ଦ ପରିବାର ଶବକୁ ମିଳିଲାନି କାନ୍ଧ
ବାସନ୍ଦ ପରିବାର ଶବକୁ ମିଳିଲାନି କାନ୍ଧ ,ଶବ ସତ୍କାର କଲେ ବନ୍ଧୁବାନ୍ଧବ ।
ହିଞ୍ଜିଳିକାଟୁ ୨୨/୧୧ ; ସଭ୍ଯ ସମାଜରେ ସଭ୍ୟତାର ଦୁଇପାଦ ଆଗକୁ ଆଗକୁ ବଢ଼ିବାରେ ଲାଗିଛି କିନ୍ତୁ ମାନବିକତା ହରାଇ ଦେଇ ୪ପାଦ ପଛରେ ରହିଯାଇଥିବା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ କୌଳିକ ନୀତି ଓ ପରମ୍ପରାନୁକୁ ନେଇ ବାସନ୍ଦରେ ରହିଥିବା ଅନେକ ପରିବାର ଦୁଃଖ ଓ ଦୁର୍ଦ୍ଦଶା ରେ ଦିନକାଟୁଛନ୍ତି । ଯାହାକି ମୁଖିଆଙ୍କ ହୁଇପ ଜାରିରେ ଏହି ମାନବିକତା ଅଭାବରୁ ଶୀକାର ହୋଇ ପ୍ରଥମେ ବାସନ୍ଦ ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଅଭିଯୋଗ କରନ୍ତି । ପରିଶେଷରେ ନ୍ୟାୟ ପାଇବା ଆଶାରେ ମାନସିକ ଭାରସାମ୍ୟ ହରାଇ ଶବ ହୋଇ ଶେଷ ଠିକଣାକୁ ଗଲେ ମଧ୍ୟ ନ୍ୟାୟ ମିଳିବା ଦୂରେ ଥାଉ ଶବ ସତ୍କାର ନେଇ କେହି ଆସନ୍ତି ନାହିଁ । ଏହିଭଳି ଏକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଧୋବାଡି ଗ୍ରାମରେ ଦେଖିବା ପାଇଁ ମିଳିଛି । ସୁଚନାମୁତାବକ ମୃତ ପିତବାସ ଦାସ ପିତା ୰ ଚୌଧୁରୀ ଦାସଙ୍କ ବୟସ ପ୍ରାୟ ୬୦ ବର୍ଷ ଆଜି ଦେହାନ୍ତ ହୋଇଥିଲା ।କୌଣସି କାରଣରୁ ମୃତକଙ୍କ ପରିବାରକୁ ଗ୍ରାମରେ ବାସିନ୍ଦାମାନେ ବାସନ୍ଦ କରିଥିଲେ । ଶବକୁ କାନ୍ଧରେ ନେବା କୁଳସମାଜ ଆସିନଥିଲେ ମଧ୍ୟ ଆସିଥିଲେ କିଛି ପାଖଗାଁର ବନ୍ଧୁବାନ୍ଧବ । ସ୍ଥାନୀୟ ସରପଞ୍ଚ ଶବଦାହ ନିମନ୍ତେ କାଠ ଦେବା ସହ ବନ୍ଧୁ ଭାବରେ କିଛି ବ୍ୟକ୍ତିଙ୍କ ସହଯୋଗରେ ଶବ ସତ୍କାର କାର୍ଯ୍ୟ ଶେଷ ହୋଇଥିଲା ।ସୁଚନାଥାଉକି ଏକ ଘରକିଆ ହୋଇଥିବା ମୃତ ପିତବାସଙ୍କୁ ନିଜ କୁଳସମାଜରେ ମିଶିବା ପାଇଁ କିଛି ଅର୍ଥ ଜୈନିକ ବ୍ଯକ୍ତିଙ୍କୁ ଦେଣନେଣ ବେଳେ ବାକିତକ ବଳକା ଅର୍ଥ ଦେବାପାଇଁ ସ୍ଥିର କରାଯାଇଥିବା ସେହି ଗ୍ରାମର କିଛି ବାସନ୍ଦ ଥିବା ପରିବାର ଲୋକଙ୍କ ଠାରୁ ଶୁଣିବାରେ ମିଳୁଛି । ସେହିଭଳି ସେହି ଗ୍ରାମର ବାସନ୍ଦ ହୋଇରହିଥିବା ସ୍ବରାଜ୍ୟ ଦାସ ପି ଖଲି ଦାସ ମଧ୍ୟ ବାସନ୍ଦରୁ ମୁକ୍ତ ପାଇବା ନେଇ ପ୍ରଶାସନର ଦ୍ବାରସ୍ଥ ହେବା ମଧ୍ୟ ଜଣାପଡିଛି । ହେଲେ ଯଦି ଏହି ପ୍ରକାର ବ୍ଯବସ୍ଥା ଏହି ଡିଜିଟାଲ ଯୁଗରେ ରହେ ଏବଂ ସାମାନ୍ୟ ଭୂଲ ପାଇଁ ଅର୍ଥ ଦଣ୍ଡ ବିଧାନ ବ୍ୟବସ୍ଥା ରହେ ହେଲେ ଏହି ପ୍ରକାର ମାରାତ୍ମକ ରୋଗ କାହିଁକି ହେଉଛି ବୋଲି ରହିଛି ପ୍ରଶ୍ନ ? କିନ୍ତୁ ଜଣେ ସ୍ବଳ୍ପ ଆୟ ଗରିବ ଖଟିଖିଆ ମଜୁରିଆ ପରିବାର ହଜାର ହଜାର ଟଙ୍କା ଆଣିବ କେଉଁଠୁ ? ଯାହାଙ୍କ ପାଇଁ ଏକଟଙ୍କା ମୁଦ୍ରା ମୁଲ୍ୟବାନ ରହିଛି ତେବେ ତାହାଙ୍କ ପାଇଁ ଏ କୁଳସମାଜର ହଜାର ହଜାର ଟଙ୍କା ଅର୍ଥଦଣ୍ଡ ମେରୁଦଣ୍ଡ ଭାଙ୍ଗୁଛି କି ? ଯେଉଁ ଟିକେ ଭୁଲ ପାଇଁ ଏହି ପ୍ରକାର ବ୍ୟବସ୍ଥା ରହିଛି ଏବଂ ପ୍ରଦାନ ମଧ୍ୟ କରାଯାଉଥିବା ଶୁଣିବାରେ ମଧ୍ୟ ମିଳୁଛି । ତାହାକୁ ନେଇ ଆଗାମୀ ଦିନରେ ସଂସ୍କାର ଆଣିବା ସହ ଏମାନଙ୍କ ପ୍ରତି ଜିଲ୍ଲା ପ୍ରସାଶନ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
