ସ୍ୱାଧୀନତା ର ୭୬ବର୍ଷ ପରେବି କେଲାର ଗ୍ରାମରେ ପକା ରାସ୍ତା ନାହିଁ ସଚୋନୀୟ ଅବସ୍ଥା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡା ପଞ୍ଚାୟତ ର କେଲାର ଗ୍ରାମ କୁ ପ୍ରତିଦିନ ଯିବା ଆସିବା ରାସ୍ତାର ସଚନୀୟ ଅବସ୍ଥା ବହୁତ ଖରାପ ହୋଇ ପଡ଼ିଛି । ବର୍ଷା ଦିନେ ଏହି ରାସ୍ତା ରେ ଚାଲିବା ଅତି କଷ୍ଟକର । ୩୨୬ ନମ୍ୱର୍ ଜାତୀୟ ରାଜପଥ ରୁ ମାତ୍ର ୨ କିଲୋମିଟର ଦୂର ହବ ଏହି ଗ୍ରାମ । ବର୍ଷ ବର୍ଷ ଧରି ଏପରି ଅବସ୍ଥାରେ ପଡି ରହିଛି ଏହି ଗାଁ ରାସ୍ତା ଆଜି ପର୍ଯ୍ୟନ୍ତ ପ୍ରସାଶନିକ ଅଧିକାରୀଙ୍କ ନଜର ନ ପଡ଼ି ଏପରି ଅବସ୍ଥା ରହିବା ଦୁର୍ଭାଗ୍ୟ ଜନକ । ଏହି ଗାଁ ରେ ୪ ସହ ରୁ ଉର୍ଦ୍ଧ ପରିବାର ବସବାସ କରି ଆସୁଛନ୍ତି । ଏତେ ବଡ଼ ଗାଁ କୁ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ରାସ୍ତା ସାରା ଖାଲ ଢିପ ହୋଇ ନାଳ ନର୍ଦ୍ଦମା ଭଳି ହୋଇ ଯାଇଛି ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସଚୋନୀୟ ଅବସ୍ଥା । ଭଲ ଡ୍ରାନେଜ୍ ବ୍ୟବସ୍ଥା ନ ଥିବାରୁ ବର୍ଷା ଦିନ କାଦୁଅ ପଚ ପଚ ପାଣିରେ ଚାଲିବା କଷ୍ଟକର, ଏହା ସହିତ ଦି ଚକିଆ ଓ ଚାରୀ ଚକିଆ ଯାନ ହେଉ କିମ୍ୱା ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଆସିବା ପାଇଁ କଷ୍ଟ କର ହୋଇ ପଡୁଛି । ଏହି ରାସ୍ତା ଉପରେ ସାନ କେଲାର ବା ଗଉଡ କେଲାର୍ ଗ୍ରାମବାସୀ ଏହି ରାସ୍ତା ନିର୍ଭର କରିଥାନ୍ତି । ଅନେକ ସମୟରେ ଉକ୍ତ ଗାଁ କୁ ବାହାରୁ ଆସୁଥିବା ଅତିଥି ଙ୍କ ମୁହଁରେ ଗୋଟିଏ କଥା ରାସ୍ତା ର ଏକି ଅବସ୍ଥା ଦୀର୍ଘ ବର୍ଷ ହେଲାଣି ସୁଧୁରି ପାରୁ ନାହିଁ । ମରାମତି ପାଇଁ ଅନୁଦାନ ଆସେ କିନ୍ତୁ ଅତି ନିମ୍ନମାନର ହେତୁ ତାହା ପୁଣି ଥରେ ପୂର୍ବ ଅବସ୍ଥାକୁ ଆସି ଯାଏ । ଏ ଭଳି ସ୍ଥିତି ରେ ଗ୍ରାମ ବାସୀ ବିଭିନ୍ନ ସମୟରେ ଜନପ୍ରତିନିଧି ଓ ପ୍ରଶାସନ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର ମରାମତି ହୋଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି । ବିକାଶର ଅର୍ଥ ଶିକ୍ଷ୍ୟା,ସ୍ୱାସ୍ଥ୍ୟ ରାସ୍ତା ଘାଟ ଓ ପାନୀୟ ଜଳ ପରିମଳ ର ଉନ୍ନତି କୁ ବୁଝାଏ ।ତେବେ ସ୍ୱାଧୀନତା ର ୭୬ବର୍ଷ ଅବସର ରେ ଅମୃତ ମହୋତ୍ସବ ପାଳନ କରି ଆମ ଦେଶ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ରେ ପରିଗଣିତ ହୋଇସାରିଛି ବୋଲି ପ୍ରଚାର୍ ପ୍ରସାର କରିଦେଲେ କିନ୍ତୁ ବାସ୍ତବରେ ତାହା ଦେଖିବାକୁ ମିଳୁ ନାହିଁ । ବିକାଶ ସୃଦୃଢ଼ ହୋଇ ପାରିଛି କି ତାହା ସମସ୍ତ ଙ୍କ ପ୍ରଶ୍ନ ବାଚି । ତେବେ ରାସ୍ତା ଘାଟ ର ଉନ୍ନତି ନିମନ୍ତେ ସରକାର କଟି କଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କେବେ ହେବ କେଲାର ଗ୍ରାମର ଦୟନୀୟ ରାସ୍ତା ର ପୁନଃ ନିର୍ମାଣ କେବେ ହେବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *