ସ୍ୱାଧୀନ ପରେ ବି ଯାତାୟାତ ସୁବିଧା ନାହିଁ କନ୍ଧମାଳ ଜିଲ୍ଲାରେ
ସ୍ୱାଧୀନ ପରେ ବି ଯାତାୟାତ ସୁବିଧା ନାହିଁ କନ୍ଧମାଳ ଜିଲ୍ଲାରେ ।
କନ୍ଧମାଳ ତା୨୦/୦୭/୨୦୨୫ ବାଲିଗୁଡା ପୋଲ ନଥିବାରୁ ଲୋକେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ସ୍ୱାଧୀନତାର ୭୭ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ଏବେବି କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମାଞ୍ଚଳ ର ଅବସ୍ଥା ପୁରାପୁରି ପରାଧୀନ ଅବସ୍ଥାରେ ପଡି ରହିଛି।ଗୋମନା ଗୋମନ ର କୌଣସି ସୁବିଧା ନଥିବାରୁ ଲୋକେ ବିଲ ମାଳ ଦେଇ ନାଳ ପାରି ହୋଇ ଯାତାୟାତ କରନ୍ତି । ଏଭଳିଆ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଂଚଳ କୋଟଗଡ ବ୍ଲକ ଅନ୍ତର୍ଗତ ଶେଷସୀମା ରେଖାରେ ଯୁବାଗୁଡା ପଞ୍ଚାୟତ ରହିଛି, ସେପଟେ ରାୟଗଡା ଜିଲ୍ଲା ଏପଟେ ଶେଷରେ ଯୁବାଗୁଡା ପଞ୍ଚାୟତ ଅବସ୍ତିତ। ଉକ୍ତ ପଂଚାୟତ ର ସାନ୍ଧିମାହା, ସେଟକ ମାହା, ବଡ ଜାଲ, ତଳସାହି ଗ୍ରାମ ।ଏହିସବୁ ଗ୍ରାମରେ ଲୋକ ମାନେ ୮୦/୯୦ ବର୍ଷ ଅର୍ଥାତ ପୂର୍ବ ପୁରୁଷ ଅମଳରୁ ବସବାସ କରିଆସୁଛନ୍ତି। ଏଠାକାର ଲୋକ ସଂଖ୍ୟା ୫୦୦ ସହ ରୁ ଉର୍ଦ୍ଧ ହେବ।ସତ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଏହି ଚାରି ଗୋଟି ଗ୍ରାମକୁ ଯାତାୟାତ ନିମନ୍ତେ ରାସ୍ତା ଘାଟ ନାହିଁ। ଫଳରେ ଲୋକେ ବିଲ ମାଳ ଦେଇ ଯାତାୟାତ କରନ୍ତି।

ଖରା ଦିନେ ଯେଇଁ ତେଇଁ ଭାବରେ ଯାତାୟାତ କରନ୍ତି କିନ୍ତୁ ବର୍ଷା ଦିନ ଆସିଲେ ଆସବୁ ଗ୍ରାମର ଲୋକଙ୍କର ଦୁଃଖ ଦୁର୍ଦ୍ଧଶା ବଡ଼ିଯାଏ। କାରଣ ଗ୍ରାମ ପୂର୍ବରୁ ଏକ ନାଳ ପ୍ରଭାବିତ ହେଇଚି ସେହି ନାଳରେ ପୋଲ ନାହିଁ। ସେହି ନାଳରେ ପ୍ରବଳ ମାତ୍ରାରେ ବର୍ଷା ଜଳ ବହୁ ପରିମାଣରେ ଯାଏ ପାହାଡ଼ରୁ ବର୍ଷା ପାଣି ଓ ବିଲ ମାଳ ରୁ ପାଣି ସବୁ ଏହି ନାଳରେ ଯାଏ।ନାଳ ଭିତରେ ପଶି ଗଛ କୁ ଗଛ ଦଉଡି ବାନ୍ଧି ବିପଦ ସଂକୁଳ ଅବସ୍ଥାରେ ଯାନ୍ତି। ଦଉଡି ଧରି ଛାତ୍ର ଛାତ୍ରୀ,ଶିକ୍ଷକ,ଗ୍ରାମବାସୀ ମାନେ ବିପଦ ସଂକୁଳ ଅବସ୍ଥାରେ ବହୁ କଷ୍ଟ ରେ ଯାତାୟାତ କରନ୍ତି। ପ୍ରାୟ ତ ୧୦/୧୨ ଫୁଟ ଗଭୀରରେ ପାଣିଟି ଯାଏଁ। ବର୍ଷା ଦିନରେ ଲୋକେ ଯୁବାଗୁଡା ପଂଚାୟତ ରୁ ମିଳୁଥିବା ପଞ୍ଚାୟତ ସରକାରୀ ଚାଉଳ, ବୃଦ୍ଧା, ବୃଦ୍ଧି ବାର୍ଦ୍ଧକ୍ୟ ଭତା ମଧ୍ୟ ଆଣିବାରେ ବଂଚିତ ହେଇଥାନ୍ତି। ଉକ୍ତ ନଦୀ ରେ ପୋଲ ନାହିଁ। ବର୍ଷ ବର୍ଷ ଧରି ଲୋକେ ବର୍ଷା ଦିନରେ ୪/୫ ଖଣ୍ଡ ବଲା ନଦୀ ଉପରେ ପକାଇ ଗଛକୁ ଗଛ ଦଉଡି ବାନ୍ଧି ବିପଦ ସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ବର୍ଷ ବର୍ଷ ଧରି ଯାତାୟାତ କରନ୍ତି। ଏମିତି ପ୍ରତେକ ବର୍ଷ ବର୍ଷା ହେଲେ ନାଳ ରେ ପ୍ରବଳ ଶ୍ରତ ଥାଏ ଆଉ ଏହି ୪/୫ ଖଣ୍ଡ ଵଲା ମଧ୍ୟ ପାଣିରେ ଭାସି ଯାଏ। ପୋଲର କୌଣସି ବ୍ୟବସ୍ତା ମଧ୍ୟ ନାହିଁ ବର୍ଷା ଦିନରେ ଯାତାୟତ ଠପ ହେଇଯାଏ।ରାସ୍ତା ଘାଟ ନଥିବା ଯୋଗୁଁ ୧୦୨, ୧୦୮ଆମ୍ବୁଲାନ୍ସ, ମେଡିକାଲ କର୍ମଚାରୀ ମଧ୍ୟ ଆସନ୍ତି ନାହିଁ।ବର୍ଷ ବର୍ଷ ଧରି ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି। ଏଣୁ ଗ୍ରାମବାସୀ କହିବା ଅନୁଯାଇ ଉକ୍ତ ଗ୍ରାମ ପୂର୍ବ ରୁ ଯେଉଁ ନାଳ ପ୍ରଭାବିତ ହେଇଚି ସେଠାରେ ପୋଲ ର ବ୍ୟବସ୍ତା କରିବା ନିମନ୍ତେ ସରକାରଙ୍କୁ ନିବେଦନ କରିଛନ୍ତି। ନଚେତ ଆଗାମୀ ଦିନରେ ଭଟ ବର୍ଜନ କରିବୁ ବଲି ଚେତାବନୀ ଦେଇଛନ୍ତି। ଅଭିଯୋଗ କାରି ଯଥା ଗ୍ରାମବାସୀ ଲାଜୁଙ୍ଗା ପାଟମାଝି, ପ୍ରଫୁଲ ପାଟମାଝି, ସଲମନପାଟମାଝି, ଜନାଶପାଟମାଝି, ନରେଶ ପାଟମାଝି, ସୂବେନ୍ଦ୍ର ମଲିକ, ଜିତେନ୍ଦ୍ର ମଲିକ, ରୁଇନା ମଲିକ, ଆନନ୍ଦ ପାଟମାଝି, ବେରଙ୍ଗା ମଲିକ ।ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ନୂତନ ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସି ଦାବୀ କରିଛନ୍ତି।
