ନୋବେଲ ବିଜେତା ପ୍ରଫେସର ମାଇକେଲ୍ କ୍ରେମରଙ୍କ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା
ଭୁବନେଶ୍ୱର, ୨୪ ଫେବୃଆରୀ, ୨୦୨୬: ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ତଥା ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ୍ କ୍ରେମର୍ ଆଜି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ସାମାଜିକ ପ୍ରଗତି କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପାରସ୍ପରିକ ଆଲୋଚନା ହୋଇଥିଲା । ବିଶେଷ କରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ଅଭିନବ ଚିନ୍ତାଧାରାର ପ୍ରୟୋଗ ଏବଂ ଓଡ଼ିଶାକୁ ମାଇକେଲ କ୍ରେମାରଙ୍କର ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି । ପ୍ରଫେସର କ୍ରେମର୍ ଓଡ଼ିଶାର ପ୍ରଶାସନିକ ଦକ୍ଷତା ଏବଂ ବିକାଶ ପ୍ରକ୍ରିୟାରେ ବୈଜ୍ଞାନିକ ଦୃଷ୍ଟିକୋଣର ବ୍ୟବହାରକୁ ପ୍ରଶଂସା କରିଥିଲେ ।
