ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର

ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର (୩୧.୦୭.୨୦୨୫)

କେ.ଡି.ଏମ୍.ଏମ୍ ହୋମ୍ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଜାଲିସାହି ଅଙ୍ଗନବାଡ଼ି କେନ୍ଦ୍ର ରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ କୁ ଚିକିତ୍ସା ଅଧିକାରୀ ଡକ୍ଟର ଅବିନାଶ ମହାରଣା ଉଦ୍ ଘାଟନ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ରେ ଫାର୍ମାସିଷ୍ଟ ଆଶୁତୋଷ ନାୟକ, ଲାବ୍ରୋଟରୀ ଟେକ୍ନିସିଆନ୍ ରୋଜାଲିନ ଦାସ୍, ମହିଳା ସ୍ବାସ୍ଥ୍ୟ କର୍ମୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ଯୋଗ ଶିକ୍ଷକ ଦେବଦର୍ଶିନି ମହାନ୍ତି, ଫିଜିଓଥେରାପିଷ୍ଟ ଶୁଭଶ୍ରୀ ମହାପାତ୍ର, ଆଶା କର୍ମୀ ସରୋଜିନୀ ବାରିକ୍ ଓ ଜୟନ୍ତୀ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ୫୮ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା। ଉଚ୍ଚରକ୍ତଚାପ, ମଧୁମେହ, ମୁଖ ଗହ୍ଵର କର୍କଟ ସମ୍ବଧୀୟ ରୋଗ ର ଚିକିତ୍ସା ପ୍ରଦାନ କରାଯାଇଥିଲା। ତତ୍ ସହିତ ଲୋକ ମାନଙ୍କୁ ସୁସ୍ଥ ଜୀବନ ନିମନ୍ତେ ରୋଗ ର ଗୁରୁତ୍ଵ ବିଷୟରେ ବାର୍ତ୍ତା ପ୍ରେରଣ କରାଯାଇଥିଲା।
କାର୍ଯ୍ୟକ୍ରମ କୁ ଜନ ସ୍ବାସ୍ଥ୍ୟ ପରିଚାଳକ ଶ୍ରୀ ପ୍ରଦୀପ କୁମାର ବରାଳ ସୁଚାର ରୂପେ ପରିଚାଳନା କରିଥିଲେ। ଏଥି ସହିତ ଆକାଉଣ୍ଟାଣ୍ଟ ଶ୍ରୀ ଆଶୁତୋଷ ପଟ୍ଟନାୟକ ଏବଂ ଏମ୍. ଆର୍.ଏ. ଶ୍ରୀଦେବ ନିରଞ୍ଜନ ସିଂହ୍ନI କାର୍ଯ୍ୟ କୁ ସଫଲ କରିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *