ଡ୍ରେନ ନୁହେଁ ମରଣଯନ୍ତା ମୁକୁଳା ଡ୍ରେନ ରେ ପଡ଼ି ଦୁଇ ଶିଶୁ ଗୁରୁତର
ଆନନ୍ଦପୁର ବ୍ଲକ ବାଇଲୋ ଗ୍ରାମ ପଞ୍ଚାୟତ ଖଡିବିଲି ଗ୍ରାମ ରେ ମୁକୁଳା ଡ୍ରେନ ରେ ପଡ଼ି ଦୁଇ ଶିଶୁ ଗୁରୁତର ଭାବେ ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନ ରେ ସାଇକେଲ ଯୋଗେ ଯାଉଥିବା ଖଡ଼ିବିଲି ଗ୍ରାମର କାହ୍ନୁ ଦଳେଇ ଙ୍କ ପୁଅ ଅସିତ୍ ଦଳେଇ ( ୧୦ ବର୍ଷ) ଅସିତ୍ ଙ୍କ ମାମୁଁ ପୁଅ ଖଳିଆମେଣ୍ଟା ଗ୍ରାମର ବିଦୁ ଜେନା ଙ୍କ ପୁଅ ବିଚିତ୍ର ଜେନା ( ୧୨ ବର୍ଷ) ଯାଉଥିବା ସମୟରେ ଡ୍ରେନ ରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲ କୁ ନେଇଥିଲେ। ଦୁଃଖର ବିଷୟ ଗତ ଏକ ବର୍ଷ ହେଲା ଏହି ଡ୍ରେନ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ତାକୁ ସଂପୂର୍ଣ୍ଣ ନକରି ଠିକାଦାର ପଳାଇଛି।

ବିଶେଷକରି ଡ୍ରେନ ରେ ଢାଙ୍କୁଣି ଘୋଡେ଼ଇ ନଥିବା ରୁ ପୂର୍ବରୁ ବହୁବାର ଏଭଳି ଦୁର୍ଘଟଣା ଘଟିଅଛି। ପୂର୍ବରୁ ଦୁଇଟି ଛୋଟ ପିଲା ସେଇ ଡ୍ରେନ ରେ ପଡ଼ି ହାତ ଭାଙ୍ଗିଥିବା ବେଳେ ଏକ ଗାଈ ମଧ୍ୟ ପଡ଼ି ଗୁରୁତର ହୋଇଥିଲା। ଏହାକୁ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ ସେମାନେ କିଛି ପ୍ରତିକାର କରୁ ନାହାନ୍ତି। ଗାଁ ଭିତର ଛୋଟ ପିଲା, ବୃଦ୍ଧ ଓ ବୃଦ୍ଧା, ଗୃହପାଳିତ ପଶୁ ଙ୍କ ଏହି ମୁକୁଳା ଡ୍ରେନ ମରଣଯନ୍ତା ପାଲଟିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୁକୁଳା ଡ୍ରେନକୁ ଘୋଡଣି ପକାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l
