ପ୍ରବାସୀ ଭାରତୀୟ ଙ୍କୁ ସ୍ବାଗତ ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

ପ୍ରବାସୀ ଭାରତୀୟ ଙ୍କୁ ସ୍ବାଗତ ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ।

ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ।
ଏକ ସୁଖଦ ଅନୁଭବ ନେଇ ଫେରନ୍ତୁ ପ୍ରବାସୀ ମାନେ।
ପୁରୀ ୧୭/୧୨ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶା ଆୟୋଜନ କରୁଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ।ପ୍ରବାସୀ ଭାରତୀୟ ମାନେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ଓ ଶୃଙ୍ଖଳିତ ଭାବେ ସେମାନଙ୍କ ତମାମ ଗସ୍ତ ସଫଳ ହେବ ସେଥିପାଇଁ ଆମେ ସମସ୍ତେ ଯତ୍ନ ବାନ ହେବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପରାମର୍ଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ବାଗତ ସହ ସେମାନଙ୍କ ସୁରକ୍ଷିତ ଗସ୍ତ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରବାସୀ ଭାରତୀୟ ମାନଙ୍କ ସମ୍ମିଳନୀ ଯଦିଓ ଭୁବନେଶ୍ୱର ରେ ଆୟୋଜିତ ହେଉଛି କିନ୍ତୁ ସଂଖ୍ୟାଧିକ ପ୍ରବାସୀ ଭାରତୀୟ ମାନଙ୍କ ପାଇଁ ପୁରୀ ଆକର୍ଷଣର କେନ୍ଦ୍ର ହେବାକୁ ଯାଉଛି।ଅତିଥି ଦେବୋଭବ ର ପରମ୍ପରାକୁ ବଜାୟ ରଖି ଆମେ ସେମାନ ଙ୍କୁ ସ୍ବାଗତ ସହ ଏକ ସୁଖଦ ଅନୁଭୂତି ପ୍ରଦାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ତେଣୁ ରାସ୍ତା ମରାମତି, ସହର ଓ ପର୍ଯ୍ୟଟନ ସ୍ଥଳ ପରିସ୍କାର ପରିଛନ୍ନ,ଶୌଚାଳୟ ବ୍ୟବସ୍ଥା, ଗମନାଗମନ ଓ ପାର୍କିଂ ବ୍ୟବସ୍ଥା, ରାସ୍ତା ଅବରୋଧ କରୁଥିବା ଗାଈଗୋରୁ ମାନଙ୍କୁ ହଟାଇବା, ଶୃଙ୍ଖଳା ରକ୍ଷା, ଆଲୋକୀକରଣ ଇତ୍ୟାଦି ବ୍ୟବସ୍ଥା କୁ ତ୍ବରାନ୍ବିତ କରିବାକୁ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଥିଲେ।ସମସ୍ତଙ୍କୁ ସ୍ବାଗତ କରି ପ୍ରବାସୀ ଭାରତୀୟ ଙ୍କୁ ସ୍ବାଗତ ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଥିଲେ।ଆସୁଥିବା ପ୍ରବାସୀ ଭାରତୀୟ ଅତିଥି ମାନଙ୍କୁ ଓଡ଼ିଆ ପରମ୍ପରା ଅନୁସାରେ ସ୍ବାଗତ ସହ ସେମାନ ଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣ ର ବ୍ୟବସ୍ଥା କରାଯାଇଛି।ସେମାନ ଙ୍କ ଭ୍ରମଣ ସମୟରେ ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ସ୍ବଛତା ଇତ୍ୟାଦି ବ୍ୟବସ୍ଥା କୁ ତ୍ବରାନ୍ବିତ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଓ ଏସ ପି ବିନୀତ ଅଗ୍ରୱାଲ ସୂଚନା ଦେଇଥିଲେ।ପ୍ରବାସୀ ଭାରତୀୟ ମାନଙ୍କ ସହଯୋଗ ପାଇଁ ଓଟିଡିସି ପକ୍ଷରୁ ସହାୟତା କେନ୍ଦ୍ର ସହ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉଛି।ସେହି ସମୟରେ ମଧ୍ୟ ବିଚ ଫେଷ୍ଟିଭାଲ ଆୟୋଜନ କରାଯାଉଛି।ଏଥି ସହ ପଲ୍ଲିଶ୍ରୀ ମେଳା,ଫୁଡ ଫେଷ୍ଟିଭାଲ, ବିଚ ସ୍ପୋର୍ଟ୍ସ, ମ୍ୟାଜିକ ସୋ, ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କୁ ସାମିଲ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ୫୧ ଟି ହୋଟେଲରେ ସ୍ଲଟ ପ୍ରବାସୀ ଭାରତୀୟ ଙ୍କ ପାଇଁ ରଖାଯାଇଛି ବୋଲି ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ କାକଟପୁର ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ସାଂସଦ ଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ବିବିଧ ପରାମର୍ଶ ଓ ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡିଏଫଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ସରୋଜ କୁମାର ସ୍ବାଇଁ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡିଏମଓ ଡା ରୂପଭାନୁ ମିଶ୍ର,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *