ଏନ ଏସ ଏସ ତରଫରୁ ଶୀତକାଳୀନ ଶିବିର ଅନୁଷ୍ଠିତ
ଆନନ୍ଦପୁର ମହାବିଦ୍ୟାଳୟର ଏନଏସଏସ ତରଫରୁ ଆୟୋଜିତ ଶୀତକାଳୀନ ଶିବିରର ଷଷ୍ଠ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଓ ଏନଏସଏସ ପ୍ରୋଗ୍ରାମ ଅଫିସର ଓଜେଲ ପଟ୍ଟନାୟକ ଙ୍କ ସଂଯୋଜନାରେ ସାରଦାପୁର ଗ୍ରାମ ରେ ସ୍ବାସ୍ଥ୍ୟ ସଚେତନା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଡକ୍ଟର ଶଶିକାନ୍ତ ମାଝୀ ଉପସ୍ଥିତ ରହି କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗର କାରଣ ପ୍ରଭାବ ଓ ପ୍ରତିକାର ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ବିଶେଷକରି ମହିଳା ସ୍ୱେଚ୍ଛାସେବୀ ମାନଙ୍କୁ ବ୍ରେଷ୍ଟ କ୍ୟାନ୍ସର , ସରଭିକଲ୍ କ୍ୟାନ୍ସର ଆଦି ସମ୍ବନ୍ଧରେ ବୁଝାଇଥିଲେ। ଆନନ୍ଦପୁର ମହାବିଦ୍ୟାଳୟ ର ଆଡମିନଷ୍ଟେଟିଭ ବର୍ସର୍ ପ୍ରଫୁଲ୍ଲ କୁମାର ପଣ୍ଡା ସଭାରେ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ସେବାବ୍ରତୀ ହେବାକୁ ଉଦଭୋଦନ ଦେଇଥିଲେ। ଏହି ସଭା ରେ ସାରଦାପୁର ଗ୍ରାମ ର ଗ୍ରାମବାସୀ ମାନେ ଉପସ୍ଥିତ ରହି ଡକ୍ଟର ଶଶିକାନ୍ତ ମାଝୀ ଙ୍କ ଠାରୁ ବିଭିନ୍ନ ରୋଗ ସମ୍ପର୍କ ରେ ବୁଝିଥିଲେ। ସଭା ର ଅନ୍ତିମ ପର୍ଯ୍ୟାୟରେ ଏନଏସଏସ ପ୍ରୋଗ୍ରାମ ଅଫିସର ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
