ଏନ୍ଏସ୍ଏସ୍ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଘାଟିତ

ଏନ୍ଏସ୍ଏସ୍ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦ୍ ଘାଟିତଆନନ୍ଦପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାଦ୍ଵାରା ଶୀତକାଳୀନ ସ୍ଵତନ୍ତ୍ର ଶିବିର ପୋଷ୍ୟଗ୍ରାମ ସରଦାପୁର ଗ୍ରାମରେ କାର୍ଯ୍ୟକ୍ରମ ଅଧିକାରୀ ଓଜେଲ୍ ପଟ୍ଟନାୟକଙ୍କ ସଂଯୋଜନାରେ ଉଦ୍ ଘାଟିତ ହୋଇଯାଇଛି। ଏହି ଶିବିର ତା ୦୫-୦୧-୨୦୨୬ ଠାରୁ ତା ୧୧-୦୧-୨୦୨୬ ପର୍ଯ୍ୟନ୍ତ ୫୦ ଜଣ ସ୍ୱେଚ୍ଛ। ସେବୀଙ୍କୁ ନେଇ ଆରମ୍ଭ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ନାରାୟଣ ମିଶ୍ରଙ୍କ ସଭାପତିତ୍ଵରେ ଏହି ଶିବିର ଆନୁଷ୍ଠାନିକ ଭାବେ ଉଦ୍ ଘାଟିତ ହେବା ସହିତ ସ୍ଵେଚ୍ଛାସେବୀ ମାନେ କିପରି ସେବାବ୍ରତୀ ହେବେ ତାହାର ଗୁରୁମନ୍ତ୍ର ପ୍ରଦାନ କରିଥଲେ। ଅତିଥି ରୂପେ ମହାବିଦ୍ୟାଳୟ ର ଆକାଉଣ୍ଟ ବର୍ଶର ଡ଼ ନିମାଇଁ ଚରଣ ରାଉତ ଆଡ୍ ମିନ୍ ଷ୍ଟ୍ରେଟିଭି ବର୍ଶର୍ ପ୍ରଫୁଲ୍ଲ କୁମାର ପଣ୍ଡା ସଭାରେ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଶୃଙ୍ଖଳିତ ହେବାର କଳା କୌଶଳ ଏବଂ ଏହି ସ୍ଵତନ୍ତ୍ର ଶିବିର ଆବଶ୍ୟକତାକୁ ବୁଝାଇଥିଲେ। ସରଦାପୁର ଗ୍ରାମର ଉ. ପ୍ରା ସ୍କୁଲର ପ୍ରଧାନଶିଷୟିତ୍ରୀ ଓ ୱାର୍ଡମେମ୍ବର ପ୍ରମୁଖ ସଭାରେ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହ ବଢ଼ାଇଥିଲେ। ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ମଧୁସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ମାନେ ଗ୍ରାମ ପରିସର ସଫେଇ ସହିତ ଗ୍ରାମର ବିଭିନ୍ନ ଅସୁବିଧା ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ସାତଦିନରେ ସ୍ଵେଚ୍ଛାସେବୀ ମାନଙ୍କଦ୍ବାରା ବିଭିନ୍ନ ସମାଜ ସେଚେତନା ମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *