ଏନଟିପିସି ତାଳଚେର କଣିହାଁ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ପାରସ୍ପରିକ ଆଲୋଚନା।

ଏନଟିପିସି ତାଳଚେର କଣିହାଁ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ପାରସ୍ପରିକ ଆଲୋଚନା।ଏନଟିପିସି ତାଳଚେର କଣିହାଁ ପକ୍ଷରୁ ଆଜି ଦୀପଶିଖା ଟାଉନସିପିର ଦିପ ତରଙ୍ଗ ଠାରେ ମିଡ଼ିଆ ସହିତ ପାରସ୍ପରିକ ୨୦୨୫ଆଲୋଚନା ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଏନଟିପିସି ତାଳଚେର କଣିହାଁ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ•ଏଁନ •ରେଡ୍ଡୀ ଯୋଗ ଦେଇଥିଲେ, ଜି ଏମ ପ୍ରକଳ୍ପ ସମପ୍ରୀତା ଦିୱାଶି ଓ ମାନବ ସମ୍ବଳର ମୁଖ୍ୟ ନବନିତ କୁମାର ଓ ଅନ୍ୟାନ୍ୟ ବିଭାଗର ମୁଖ୍ୟ ଓ ଏନଟିପିସି କଣିହାଁ ର ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ମାନବ ସମ୍ବଳ ମୁଖ୍ୟଙ୍କ ସ୍ବାଗତ ଭାଷଣ ସହିତ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ପ୍ରକଳ୍ପ ର କାର୍ଯ ସଫଳତା ଓ ପ୍ରମୁଖ ବିକାଶ ମୂଳକ ପଦକ୍ଷେପ ଉପରେ ଏକ ସଂକ୍ଷିପ୍ତ ବିବରଣୀ ଓ ସୂଚନା ପ୍ରଦାନ କରାଯାଇଥିଲା। ଯାହା ଷ୍ଟେସନର କାର୍ଯ୍ୟ ଓ ଚାଲୁଥିବା ସିଏସାରେ ପ୍ରୟାସ ବିଷୟରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ।

କେ ଅନ୍ ରେଡ୍ଡୀ ଓ ବରିଷ୍ଟ ପଦାଧିକାରୀ ମାନେ ଏକ ଖୋଲା ମଞ୍ଚ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧି ସହିତ ଯୋଗ ଦାନ କରିଥିଲେ। ପ୍ଲାଣ୍ଟ କାର୍ଯ୍ୟ ସ୍ତାୟୀତ୍ୟ, ପଦକ୍ଷେପ , ସମ୍ପ୍ରଦାୟ ବିକାଶ କାର୍ଯ୍ୟ କଳାପ ଓ ଭବିଷ୍ୟତ ଯୋଜନା ସହିତ ଜଡ଼ିତ ବିଭିନ୍ନ ପ୍ରଶ୍ନ ଉତ୍ତର ଦେଇଥିଲେ। ଅଧିବେଶନଟି ଏନଟିପିସି ର ସ୍ବଚ୍ଛ ଯୋଗାଯୋଗ କୁ ପ୍ରତିଫଳିତ କରିଥିଲା। କାର୍ଯ୍ୟକ୍ରମର ଶେଷ ଭାଗରେ , ଶ୍ରୀ ରେଡ୍ଡୀ, ଏନଟିପିସି ତାଳଚେର କଣିହାଁ ପ୍ରକଳ୍ପର ବିକାଶ, ପରିବେଶଗତ ସ୍ଥିରତା , ପ୍ରଯୁକ୍ତିବିଦ୍ୟା ଉନ୍ନତୀ ବର୍ଦ୍ଧିତ ସମ୍ପ୍ରଦାୟ କଲ୍ୟାଣ ପଦକ୍ଷେପ ସମେତ ଅନେକ ଗୁରୁତ୍ୟୁ ପୂର୍ଣ୍ଣ ପ୍ରସଙ୍ଗରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି କହିବା ସହିତ ସାମାଜିକ ଦାୟିତ୍ଵ ବହନ ନେଇ ଆଲୋକପାତ କରିଥିଲେ। ସିଆସର ଦାୟିତ୍ଵ ଓ ଆଞ୍ଚଳିକ ବିକାଶ ପ୍ରତି ଏହାର ଅବଦାନ ଉପରେ ଷ୍ଟେସନରନିରନ୍ତର ଧ୍ୟାନ ଉପରେ ଗୁରୁତ୍ୱରୋପ କରିଥିଲେ। ଶ୍ରୀ ରେଡ୍ଡୀ ତାଙ୍କ ବ୍ୟକ୍ତବରେ ଗଣମାଧ୍ୟମ ପ୍ରତିନିଧମାନଙ୍କୁ ସେମାନଙ୍କ ନିରନ୍ତର ସମର୍ଥନ ସହଯୋଗ ଓ ଗଠନ ମୂଳକାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ ପ୍ରକାଶ କରିଥିଲେ ଏନଟିପିସି କଣିହାଁ ର ପଦକ୍ଷେପ ସମ୍ପ୍ରଦାୟ -ଚାଳିତ ପ୍ରୟାସ ବିଷୟରେ ସଚେତନତାର ପ୍ରସାର କରିବାରେ ଗଣମାଧ୍ୟମର ଭୂମିକାଗୁରୁତ୍ବପୂର୍ଣ୍ଣ ଅଟେ ବୋଲି ସେ ନିଜର ମତ ବ୍ୟକ୍ତବ ରଖିଥିଲେ। ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧତ୍ଵ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *