ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ର ନୁଆ ଓ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ର ନୁଆ ଓ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ।ବ୍ରହ୍ମପୁର, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ପ୍ରାକ୍ତନ ଭାସ୍କର ମିଶ୍ର, ଡ ରମେଶ ଚନ୍ଦ୍ର ରାଉଳ, ଡିଗ୍ରୀ ମହାବିଦ୍ୟାଳୟ ସୋରଡ଼ା ସରୋଜ କୁମାର ଷଡଙ୍ଗୀ ରହିଥିଲେ।+2,+3 ଛାତ୍ର ଛାତ୍ରୀ ମାନେ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କରିଥିଲେ। ଆଜିକା ଯୁଗରେ ଓଡ଼ିଆ ପାରମ୍ପାରିକ ଖାଦ୍ୟର ବିଲୁପ୍ତ ହେଉଥିବା ବେଳେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧି ପାଉଛି ବୋଲି ମତ ପ୍ରକାଶ କରିଥିଲେ।ବିଲୁପ୍ତ ହେଉଥିବା ଖାଦ୍ୟକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ନୂତନ ପ୍ରୟାସ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡ ବବିତା ପାତ୍ର,ଜଗନ୍ନାଥ ମହାପାତ୍ର, ଅକ୍ଷୟ ପ୍ରଧାନ, ଡ ଗୋକୁଳାନନ୍ଦ ପାତ୍ର, ଡ ସଂଗୀତା ମିଶ୍ର,ଅନିଲ ପାତ୍ର,ସୋନାଲି ବାରିକ, ରାଧାମାଧବ ମହାପାତ୍ର, ଡ ସୁଦର୍ଶନ ରହିତ, ଭାରତୀ ବାଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ।
