ନୂଆପଡା ବିଜୟ ଖୁସିରେ ଉତ୍ସବପାଳିଲେ ରଘୁନାଥପୁର ବିଜେପି କର୍ମୀ

ନୂଆପଡା ବିଜୟ ଖୁସିରେ ଉତ୍ସବପାଳିଲେ ରଘୁନାଥପୁର ବିଜେପି କର୍ମୀ।
ରଘୁନାଥପୁର ତା ୧୪/୧୧:-ନୂଆପଡା ଉପନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଶାଳ ବିଜୟରେ ସାରାରାଜ୍ୟରେ ବିଜେପି ଉତ୍ସବ ପାଳନ କରୁଛି।ଏହି ପରିପେକ୍ଷୀ ଶୁକ୍ରବାର ସ୍ଥାନୀୟ ମଦନମୋହନ ମଠ ନିକଟରେ ରଘୁନାଥପୁର ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲାପରିଷଦ ଅଶୋକ ମହାରଣା ଙ୍କ ନେତୃତ୍ୱ ରେ ଉତ୍ସବ ପାଳନ କରାଯାଇଥିଲା।ଏଥିରେ ସାଂସଦ ପ୍ରତିନିଧି ଆଇନଜୀବୀ ଗଗନ ଚନ୍ଦ୍ର ଦାଶ,ବରିଷ୍ଠ ବିଜେପି ନେତା ନିର୍ମଳ ଚନ୍ଦ୍ର ମହାପାତ୍ର,ସୁକାନ୍ତ କୁମାର ସ୍ଵାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଯୁବନେତା ପ୍ରଭଞନ ମଲ୍ଲିକ,ଜ୍ଞାନେନ୍ଦ୍ର ସ୍ବାଇଁ, ପ୍ରଭାତ ପଣ୍ଡା,ଅରୁଣ କୁମାର ସ୍ବାଇଁ, ଗଣେଶ୍ବର ସାହୁ,ଅଜୟ କୁମାର ସ୍ଵାଇଁ,ମାନସ ପରିଡା,ପୁରୁଷତ୍ତମ ସ୍ଵାଇଁ,ପବିତ୍ର ପାଣି,ସୁବାଷ ରାଉତ, ସୁଭେନ୍ଦୁ ଦାଶ,ଅଶୋକ ନାୟକ,ଦିପ୍ତୀ ରଞନ ସାହୁ,ସୈମ୍ୟରଞନ ଭୂୟାଁ, ଅସିତ ମହାରଣା ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *