ନୂଆପଡ଼ା କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ (TLM) କର୍ମଶାଳା

ଚିକିଟୀ ବ୍ଲକ ନୂଆପଡ଼ା କ୍ଲଷ୍ଟର ଅନ୍ତର୍ଗତ ବି. ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସ ୨୩ ଓ ୨୪ ତାରିଖରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସି.ଆର.ସି.ସି. ଶ୍ରୀ କୁରେଶୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ମୌଳିକ ସାକ୍ଷରତା ଓ ସଂଖ୍ୟଜ୍ଞାନ, ବିଷୟ ଭିତ୍ତିକ, ସମସ୍ତ ଶ୍ରେଣୀ ଓ ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷାଦାନ ଶୈଳୀକୁ ସରଳ, ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ ମୋଟ ୬୦ରୁ ଉର୍ଦ୍ଧ୍ବ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଇ ପ୍ରଦର୍ଶନ କରାଯାଇଥିଲା । କର୍ମଶାଳାର ଉଦଘାଟନ ଏବଂ ଉଦଯାପନ ସଭାରେ ଅତିଥି ଭାବେ ଏ.ବି.ଇ.ଓ. ଶ୍ରୀ ନାୟକ ସେଠୀ ଓ ଶ୍ରୀ ମେଘନାଥ ବେହେରା ଯୋଗଦେଇ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳାର ଉଦ୍ଧେଶ୍ୟ ସମ୍ପର୍କରେ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭେଙ୍କଟ ରାବଣା, ପ୍ରେମାଞ୍ଜଳୀ ଖାଡଙ୍ଗା, କୁମୁଦିନି ଦେବୀ, ରଶ୍ମିତା କୁମାରୀ ଡାକୁଆ, ଉର୍ମିଳା ପ୍ରଧାନ, ମୋହିନୀ ସେଠୀ, କୁମାରୀ ବେହେରା, ଅନିସା ସାମଲ, ଅନୀଲ କୁମାର ପ୍ରଧାନ, ବିଘ୍ନରାଜ ବେହେରା, ନରେନ୍ଦ୍ର ସେଠୀ, ରବି ବେହେରା ଶିକ୍ଷକ ଶିକ୍ଷୟତ୍ରୀମାନେ ଦୁଇ ଦିନ ଧରି ବିଷୟ ଭିତ୍ତିକ ଶିକ୍ଷଣ ଫଳାଫଳ ଉପରେ ଆଧାରିତ ଶିକ୍ଷାଦାନ ଶିକ୍ଷଣ ଉପକରଣ ପ୍ରସ୍ତୁତ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାରୁ ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଦେବସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *