ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ପୃଷ୍ଟି ଯୋଜନା ପାଇଁ ଯିବାକୁ ପଡ଼ୁଛି ୩ କିଲୋମିଟର

ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ପୃଷ୍ଟି ଯୋଜନା ପାଇଁ ଯିବାକୁ ପଡ଼ୁଛି ୩ କିଲୋମିଟର

ଗଣିଆ – ୧୫ ରୁ ୧୯ ବର୍ଷ ର କିଶୋରୀ ବାଳିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ରେ ପୃଷ୍ଟି କର ଖାଦ୍ୟ ବଣ୍ଟନ କରାଯାଉଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ଵାରା କାର୍ଯ୍ୟକାରିତା ହୋଇଥିବା ଏହି ଯୋଜନାରେ କିଶୋରୀ ବାଳିକା ମାନଙ୍କୁ ଭବିଷ୍ୟତରେ ଯେଭଳି ଅପପୃଷ୍ଟି ଜନିତ ବା ପୃଷ୍ଟିକର ଖାଦ୍ୟ ଜନିତ କୌଣସି ରୋଗ ବା ସମସ୍ୟା ସୃଷ୍ଟି ନ ହେଉ ସେଥିପାଇଁ ମାସକୁ ଥରେ ଅଣ୍ଡା,ମୁଢି,ବୁଟ ଆଦି ପ୍ରଦାନ କରାଯାଉଛି। ସରକାରଙ୍କ ଏଭଳି ଯୋଜନା ଦ୍ୱାରା ଗାଁ ଗହଳିର କିଶୋରୀ ବାଳିକା ମାନେ ବେଶ ଖୁସି ହୋଇଥିବା ବେଳେ ସରକାରଙ୍କ ଏଭଳି ପ୍ରୟାସ କୁ ବିଭିନ୍ନ ସ୍ତରରେ ସ୍ୱାଗତ କରିଛନ୍ତି । ତେବେ ଗଣିଆ ବ୍ଳକରେ ଜଣେ କିଶୋରୀ ବାଳିକା ଏହି ଯୋଜନାରେ ଖାଦ୍ୟ ସାମଗ୍ରୀ ପାଇବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧୁଆଁମଡା ଗ୍ରାମର ଜ୍ଞାନ ରଞ୍ଜନ ସାହୁଙ୍କ ଝିଅ ଗାୟତ୍ରୀ ସାହୁଙ୍କ ନିଜ ଗ୍ରାମ ଧୁଆଁମଡା ହୋଇଥିବା ବେଳେ ତାଙ୍କୁ ଉପରହଦପଶି ଯିବାକୁ ପଡ଼ୁଛି । ଧୁଆମଡାରେ ଉକ୍ତ ଯୋଜନାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ତାଙ୍କୁ ଉପରହଦପଶି ସେଣ୍ଟରରୁ ଖାଦ୍ୟ ମିଳୁଛି । ସେ ପ୍ରଥମରୁ ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହାଁନ୍ତି । ଫଳରେ ତାଙ୍କୁ ୩ କିଲୋମିଟର ଉପରହଦପଶି ଯିବାକୁ ପଡୁଛି ।ଯାହା ଫଳରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧୁଆଁମଡା ଠାରୁ ଉପରହଦପଶି ରାସ୍ତା ଖୋର୍ଦ୍ଧା -ବଲାଙ୍ଗୀର ରାଜ୍ୟ ରାଜପଥ ସହିତ ସଂଯୋଗ ହୋଇଥିବାରୁ ପ୍ରତିଦିନ ଶହ ଶହ ଗାଡ଼ି ମୋଟର ଯିବା ଆସିବା କରୁଛି । ଯଦି ସେ ରାସ୍ତା ଦେଇ ଯିବାବେଳେ ଗାୟତ୍ରୀଙ୍କର କିଛି ବି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ପରିବାର ତରଫରୁ ଅଭିଯୋଗ କରାଯାଇଛି । ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗାୟତ୍ରୀଙ୍କୁ ତାଙ୍କ ନିଜ ସେଣ୍ଟର ଧୁଆଁମଡାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏ ସମ୍ପର୍କରେ ସିଡିପିଓ ଉଷାରାଣୀ ସାହୁଙ୍କୁ ପଚାରିବାରୁ ସେ ଛୁଟିରେ ଥିବା କଥା କହିବା ସହିତ ତୁରନ୍ତ ଉକ୍ତ ସେଣ୍ଟର ଦାୟିତ୍ବରେ ଥିବା ସୁପରଭାଇଜରଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ନୟାଗଡ଼ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *