ନାଉଗାଁ ମହୋତ୍ସବର୍ ଦ୍ଵିତୀୟ ସନ୍ଧ୍ୟା
:ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ମଣି କର୍ନିକା ଘାଟ, ଚଗଲା ଦାସ ମଠ ପଡ଼ିଆ ଠାରେ ୩ୟ ନାଉଗାଁ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା ଉଦଘାଟିତ ହୋଇ ଯାଇଅଛି। ଏହିଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଉଦଘାଟନ କରିଥିଲେ। କମିଟି ସଭାପତି ଚୌଧୁରୀ ସତ୍ୟ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବ ରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ନାଉଗାଁ ମାଟିର ସନ୍ତାନ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଯାଇଥିଲା। ତେବେ କଳା, ସାହିତ୍ୟ, ପୂଜ୍ୟପୂଜା ଓ ଭାଇଚାରା ପରମ୍ପରା କୁ ଉଦଯିବିତ କରି ରଖିବା ଏହି ମହୋତ୍ସବ ର ଉଦ୍ଦେଶ୍ୟ ହୋଇଥିବା ବେଳେ ଏହାକୁ ଆଗକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଅତିଥିମାନେ କହିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ଜନସାଧାରଣ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ।
ଜଗତସିଂହପୁର ରୁ Rita ସାହୁ
