ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଉଦଳାଠାରେ ଶପଥ ପାଠ କାର୍ଯ୍ୟକର୍ମ

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଉଦଳାଠାରେ ଶପଥ ପାଠ କାର୍ଯ୍ୟକର୍ମ

ଉଦଳା ତା ୩୧/୧୦ ଓଡିଶା ସରକାର ତଥାଆୟୁରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ଙ୍କ ନିର୍ଦେଶ ମୁତାବକ ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ପାଳନ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ କପ୍ତିପଦା, ଉଦଳା ଙ୍କ କାର୍ଯ୍ୟାଳୟ ପରିସର ରେ ଶପଥ ପାଠ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି l ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ଏକ ଭାରତ ଆତ୍ମନିର୍ଭର ଭାରତ ର ଭାବନା କୁ ଉତ୍ଜୀବିତ କରିବା ସୁସ୍ଥ ଗଣତନ୍ତ୍ର, ସାରା ଭାରତ କୁ ନିଶାମୁକ୍ତ କରି ଗଢି ତୋଳିବା ରେ ସମୂହଭବରେ ଅଂଶୀଦାର ହେବା ଓ ସ୍ବଦେଶୀ ଚିନ୍ତାଧାରା କୁ ଆପଣେଇବା ପରିପ୍ରେକ୍ଷୀରେ ଆୟୋଜିତ ହୋଇଥବା ଆଜର କାର୍ଯ୍ୟକର୍ମରେ ଉପଜିଲ୍ଲାପାଳ କପ୍ତିପଦା, ଉଦଳା ଶ୍ରୀଯୁକ୍ତ ଶୁଶାନ୍ତ କୁମାର ବାରିକ ଙ୍କ ଅଧ୍ୟକତା କରଥିଲେ l ଏହି ଶପଥ ଗ୍ରହଣ ଉତ୍ସବ ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକଟର ଶ୍ରଯୁକ୍ତ ପ୍ରତୀକ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ଘୋଷ,, ଶ୍ରୀଯୁକ୍ତ ପ୍ରବୀଣ କୁମାର ମାଝୀ, କପ୍ତିପଦା ଉପଖଣ୍ଡ ର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁରଲୀ ଧର ଚାନ୍ଦ ଙ୍କ ବ୍ୟତୀତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉକ୍ତ ମହାନ ରାଷ୍ଟ୍ରୀୟ ଏକତା ର ଶପଥ ପାଠ କରିଥିଲେ l ଉକ୍ତ ରାଷ୍ଟ୍ରୀୟ କାର୍ଯ୍ୟକର୍ମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ପ୍ରତ୍ୟକ୍ଷ୍ୟ ଭାବରେ ପରିଚାଳନା କରଥିଲେ l ବିଶେଷ କରି ଏହି କାର୍ଯ୍ୟ କର୍ମ ରେ କାର୍ଯ୍ୟାଳୟ ର କର୍ମଚାରୀ ଶ୍ରୀମାନ ଅଜିତ କୁମାର ମହାପାତ୍ର ଓ କରୁଣାକର ମହାନ୍ତ ସଫଳ କରିବାରେ ବିଶେଷ ସହାୟତା କରିଥିଲେ l

Leave a Reply

Your email address will not be published. Required fields are marked *