ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଅର୍ପଣ।
ରାଇକିଆ, ତା 24/5/25 ଓଡ଼ିଶାରେ ପ୍ରଥମ ଥର ପାଇଁ ପଛୁଆ ବର୍ଗଙ୍କୁ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧୧.୨୫ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବା ନେଇ ଓ ବି ସି ମୋର୍ଚ୍ଚା ପକ୍ଷ ରୁ ନୀଳମାଧବ ଲୋଡ୍ଜ ଠାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ପଣ୍ଡିତ ବିଶୀମାଝି ଉପସ୍ଥିତ ରହିଥିବା ବେଳେ ଓବିସି ମୋର୍ଚ୍ଚା ଜିଲା ସଭାପତି ତଥା ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ସାହୁ, ମଣ୍ଡଳ ସଭାପତି ସନ୍ତୋଷ ପାତ୍ର,ମାନଗୋବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ପଛୁଆ ବର୍ଗ ଙ୍କ ଶିକ୍ଷା କ୍ଷେତ୍ର ରେ ସୁଧାର ଆଣିବା ସକାଶେ ପୂର୍ବ ସରକାର ଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କର୍ଣ୍ଣପାତ କରୁ ନ ଥିବା ବେଳେ ବର୍ତ୍ତମାନ ସରକାର ଓବିସି ବର୍ଗର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ସୃଷ୍ଟି କରିଥିବା ସକାଶେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ରାଜ୍ୟ ଓ ବି ସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ,ରାଜ୍ୟ ସଭାପତି ମନମୋହନ ସାମଲ,କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ରାଇକିଆ ମଣ୍ଡଳ ର ସାଧାରଣ ସମ୍ପାଦକ ସନକ ଦିଗାଲ ସମସ୍ତ ଅତିଥି,ମୁଖ୍ୟ ଅତିଥି ଓ କାର୍ଯ୍ୟକର୍ତ୍ତା ସମୂହ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
