ଉପ ମୂଖ୍ୟମନ୍ତ୍ରୀଙ୍କୁ ଫେସବୁକରେ ଅଶ୍ଳିଳ କମେଣ୍ଟ

କାକଟପୁର/ଅସ୍ତରଙ୍ଗ, ୧୯.୦୪ ସାମାଜିକ ଗଣମାଧ୍ଯମ ଫେସବୁକରେ ଉପ ମୂଖ୍ୟମନ୍ତ୍ରୀଙ୍କୁ ଅଶ୍ଳିଳ କମେଣ୍ଟ ଦେବା ଯୁବକଙ୍କୁ ମହଙ୍ଗା ପଡିଲା I ଫେସବୁକରେ ଯୁବକ ଜଣଙ୍କ କମେଣ୍ଟ ଦେଇଥିଲେ | ପୁରୀ ସାଇବର ପୁଲିସ ଯୁବକଙ୍କୁ ଧରି ଅଦାଲତ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ‘ଲକ୍ଷପତି ଦିଦି’ରେ ଓଡିଶା ଏକ ନମ୍ବର କାକଟପୁରରେ ଶକ୍ତି ସମାରୋହ ଓ ସେବା କେନ୍ଦ୍ରକୁ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ୧୦ ମାସରେ ସାରା ଭାରତରେ ଲକ୍ଷପତି ସୃଷ୍ଟି କରିବାରେ ଓଡିଶା ଏକ ନମ୍ବର ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ । ଯାହାକି ଏକ ଘରୋଇ ଟିଭି ଚ୍ୟାନେଲର ଫେସବୁକରେ ଅପଲୋଡ଼ ହୋଇଥିଲା | ମନୋଜ ମୁଦୁଲି ନାମକ ଯୁବକ ଜଣକ ଫେସବୁକ କମେଣ୍ଟ ବକ୍ସରେ ଅଶାଳିନ ମନ୍ତ୍ରବ୍ୟ ଦେଇଥିଲେ । ଏ ନେଇ ସାଇବର ଥାନାରେ କାର୍ଯ୍ୟରତ ସବଇନିସ୍ପେକ୍ଟର ଯୋଗମାୟା ସାହୁଙ୍କ ଅଭିଯୋଗ କ୍ରମେ ପୁରୀ ସାଇବର ପୁଲିସ ଓ ଅସ୍ତରଙ୍ଗ ଥାନା ପୁଲିସ ମିଳିତ ଉଦ୍ୟମ ଅସ୍ତରଙ୍ଗ ଥାନା ଅଞ୍ଚଳର ଯୁବକ ମନୋଜ ମୁଦୁଲିଙ୍କୁ ଗୁରୁବାର ବିଳମ୍ବିତ ରାତ୍ରରେ ଗିରଫ କରିବା ସହ ସାଇବର ଥାନା କେଶ ନମ୍ବର ୧୨/୨୫ରେ ମାମଲା ରୁଜୁ ସହ ଭାରତୀୟ ନ୍ୟାୟ ସଂହିତା ଧାରା ୨୯ ୪(୨) (ଇ),୩୫୩(୨), ୩୫୬(୨)ରେ ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଛି। ଯାହାକି ସୂଚନା ଦେଇଛନ୍ତି ସାଇବର ଥାନା ଅଧିକାରିଣୀ ସଙ୍ଘମିତ୍ରା ନାୟକ ।

Leave a Reply

Your email address will not be published. Required fields are marked *