କାରଗିଲ ବିଜୟ ଦିବସ ପାଳନ

ଅଦ୍ୟ ତା ୨୬.୦୭.୨୦୨୫ ରିଖ ପେଣ୍ଠକଟା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳି ଠାରେ ଯୁବ ବର୍ଗ ଓ ମହିଳା ମାନଙ୍କ ଙ୍କୁ ନେଇ ଗୋପବନ୍ଧୁ ସେବା ପରିଷଦ ଓ ମାଇଁ ଭାରତ ( ନେହେରୁ ଯୁବ କେନ୍ଦ୍ର) ର ମିଳିତ ଅନୁକୁଲ୍ୟ ରେ କାରଗିଲ ବିଜୟ ଦିବସ ପାଳନ କରା ଯାଇଛି। ପୂର୍ବତନ ସେନା ଅଧିକାରୀ ସାରଦା ପ୍ରସାଦ ଦାସ ଉପସ୍ଥିତ ହୋଇ ନିଜ ବକ୍ତବ୍ୟରେ କାରଗିଲ ବିଶ୍ଵ ଦିବସ ର ମହତ୍ତ୍ଵ ଓ ନିଜେ ସମାଜରେ କିପରି ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ରେ ସମସ୍ତଙ୍କୁ ସମାନ ଭାବେ ସମ୍ମାନ ଦେଇ ପାରିବା ଓ ଏହା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହି ଥିଲେ। ଏଥି ସହ ସେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। , ଯୁବ ସମାଜ ସେବୀ ରାଜେଶ କୁମାର ନନ୍ଦ ନିଜ ବକ୍ତବ୍ୟ ରେ ଯୁବ ବର୍ଗ ଙ୍କୁ ଭାରତ ସେନା ରେ ସାମିଲ ହେବା ପାଇଁ ଆହ୍ବାନ କରିଥିଲେ, ସ୍ଥାନୀୟ ପ୍ରକଳ୍ପ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାସିନୀ ଦାସ କାରଗିଲ ଯୁଦ୍ଧ ର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ, ଗୋପବନ୍ଧୁ ସେବା ପରିଷଦ ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାରଣା ଭାରତ ରେ ହୋଇ ଥିବା ପ୍ରତ୍ୟେକ ଯୁଦ୍ଧ ର ବିବରଣୀ ପ୍ରଦାନ କରିଥିଲେ ଓ ସହିଦ ସୈନିକ ମାନଙ୍କ ବିଷୟରେ ଆଲୋଚନା କରିଥିଲେ, ସମ୍ପାଦକ ଶ୍ରୀ ମନୋରଞ୍ଜନ ଚଂପତି ଯୁବ ବର୍ଗ କିପରି ସମାଜ ରେ ମୂଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ, କର୍ମୀ ନିବେଦିତା ସ୍ୱାଇଁ ଯୋଗ ଦାନ କରି ନିଜ ବକ୍ତବ୍ୟ ରେ ଭାରତୀୟ ସେନା ବାହିନୀ ର ବିରତ୍ଵ ଓ ପ୍ରକାଷ୍ଠା ବିଷୟରେ ବକ୍ତବ୍ୟ ପ୍ରଦାନ କରି ଥିଲେ। ଏହା ପରେ ଚିତ୍ରଙ୍କନା ପ୍ରତିଯୋଗିତା ରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ଏକ ପ୍ରାମାଣିକ ଚଳଚିତ୍ର ମାଧ୍ୟମରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ କାରଗିଲ ଯୁଦ୍ଧ ର ବିବରଣୀ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନ ର କର୍ମୀ ବିସ୍ମୟ ମିଶ୍ର କାର୍ଯକ୍ରମ ପରିଚାଳନା କରିବା ସହ, ସୁଶ୍ରୀ ସୁଭସ୍ମିତା ଧନ୍ୟବାଦ ପ୍ରଦାନ କରିଥିଲେ ଏଥିରେ ସବିତା ରଥ, କୃପରାଓ, ଭାଗ୍ୟରଥି ଖଟୋଇ ପ୍ରମୁଖ ସହାୟତା କରିଥିଲେ, ମଣି, ଭାରତୀ, ବେଣୁ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *