ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନାଚକ୍ରରେ ଶିକ୍ଷାବିତ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର,
ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରିଥିଲେ।
ପ୍ରାରମ୍ଭରେ ପ୍ରିୟପତ୍ର ସଂପାଦକ ବିପିନ ବିହାରୀ ଦଳାଇ ଦିବସର ତାତ୍ପର୍ଯ୍ୟ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ପରେପରେ ଅଶୋକ ମହାନ୍ତି, ଦାମୋଦର ଦାଶ, ଅରୁଣିମା ନନ୍ଦ, ସୈମ୍ୟରଞ୍ଜନ ମଲ୍ଲିକ, ଦୀପ୍ତି ମିଶ୍ର, ପଣ୍ଡିତ ପ୍ରମୋଦ କୁମାର ଦାଶ, ଅଧ୍ୟାପକ ଦେବରାଜ ପ୍ରଧାନ, ଲାଲା ଅନନ୍ତ ନାରାୟଣ ସିଂହ, ରଚିତା ରାଉତରାୟ, ରୋଜାଲିନ ପଣ୍ଡା, ଯୋଗେଶ୍ୱର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସଭା ପରିଚାଳନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଏବଂ ଶେଷରେ ଶିକ୍ଷୟିତ୍ରୀ ଦୀପ୍ତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜାନକୀ ବଲ୍ଲଭ ଦାଶଙ୍କ ରଚିତ କବିତା ସଙ୍କଳନ ‘ଝରା ଶେଫାଳୀ ‘ ଉନ୍ମୋଚିତ ହୋଇଥିଲା।
