ପଶ୍ଚିମା ଶମ୍ଭୁଯୁବ ସଂଗଠନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ କବିତା ଆସର ଅନୁଷ୍ଠିତ
ପଶ୍ଚିମା ଶମ୍ଭୁଯୁବ ସଂଗଠନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ କବିତା ଆସର ଅନୁଷ୍ଠିତ ଜଟଣୀ ତା ୨୨-୦୩-୨୫ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ପାଳନ ଅବସରରେ ପଶ୍ଚିମାଶମ୍ଭୁ ଯୁବସଂଗଠନ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ପ୍ରୟାସରେ ବିଶ୍ବ କବିତା ଦିବସରେ କବିତା ପାଠୋତ୍ସବ ସହ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ସଭା କାର୍ଯ୍ୟ ପ୍ରାରମ୍ଭରେ କବି ରମାକାନ୍ତ ରଥଙ୍କ ସ୍ମୃତିରେ ଏକ ମିନିଟ ନୀରବ ଭପ୍ରାର୍ଥନା କରାଯାଇଥିଲା । ଓଡିଶାର ବିଭିନ୍ନ ସ୍ଥାନରୁ ଶତାଧିକ କବି ଓ କବୟିତ୍ରୀ ଯୋଗ ଦେଇ ସ୍ୱ ରଚିତ କବିତା ପାଠ କରିଥିଲେ । ଆୟୋଜିତ ଉତ୍ସବରେ କବି ତଥା କବ୍ୟାଲୋକର ସମ୍ପାଦକ ଶ୍ରୀ ଭିକାରୀ ଧଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାହିତ୍ୟକ ଦାଶରଥି ଶତପଥୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ତଥା ପିପିଲି ବାର ଆସୋସିଏସନ୍ ର ସଭାପତି ଶ୍ରୀ ରାଜ କିଶୋର ସ୍ୱାଇଁ, ଶିଶୁ ସାହିତ୍ୟିକ ତ୍ରିଲୋଚନ ମହାପାତ୍ର , ସ୍ତମ୍ଭକାର ଅର୍ଜୁନ ଘଡେ଼ଇ, ପ୍ରାବନ୍ଧିକ ରଘୁନାଥ ଜେନା, ନାରୀ ନେତ୍ରୀ ନିରୁପମା ପାତ୍ର ଓ ପାଶ୍ଚିମା ଶମ୍ଭୁ ଯୁବ ସଂଗଠନର ସମ୍ପାଦକ ଶ୍ରୀ ବାସୁଦେବ ସାହୁ ଯୋଗ ଦେଇ ସାହିତ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅତିଥି ମାନେ ବାର୍ଷିକ ସ୍ମରଣିକା ପଞ୍ଚୁ ଦୋଳ ପ୍ରସଙ୍ଗର ଶୁଭଉନ୍ମୋଚନ କରିଥିଲେ । କବିତା ଆସରକୁ ଶ୍ରୀ ବିପିନ ବେହେରା, ଡ ରଜନୀ ରଣସିଂହ, ଡ ସରୋଜିନୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୌଦାମିନୀ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପଞ୍ଚୁ ଦୋଳ ମେଳଣ କମିଟିର ସଦସ୍ୟଙ୍କ ସମେତ ସମାଜସେବୀ ଗୌତମ ମହାରଣା, ମଧୁସୂଦନ ରାୟ, ଡ ରଜନୀ ରଣସିଂହ, ଡ ସରୋଜିନୀ ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବାଦ ସାହିତ୍ୟ ଘର, ପିପିଲିର ସମ୍ପାଦକ ଶ୍ରୀ ନରେନ୍ଦ୍ର ମୁଦୁଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ, ଜଟଣୀ।
