ଓଡ଼ିଆ ନବବର୍ଷରେ ଶ୍ରୀକ୍ଷେତ୍ରାଧିପତି‌ ପ‌ଞ୍ଜିକା ଉନ୍ମୋଚିତ

ଓଡ଼ିଆ ନବବର୍ଷରେ ଶ୍ରୀକ୍ଷେତ୍ରାଧିପତି‌ ପ‌ଞ୍ଜିକା ଉନ୍ମୋଚିତ । ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ପୁରୀ ରୁ ପ୍ରଥମଥର ପ୍ରକାଶିତ ଶ୍ରୀକ୍ଷେତ୍ରାଧିପତି ପଞ୍ଜିକା ୨୦୨୫-୨୬ର ଶୁଭ ଉନ୍ମୋଚନ ହୋଇଯାଇଛି । ଜ୍ୟୋତିର୍ବିଦ ମାନଙ୍କ ଦ୍ଵାରା ସମ୍ପାଦିତ ପଞ୍ଜିକା କୁ ମୁଖ୍ୟ ଅତିଥି ରାଧାବଲ୍ଲଭ ମଠ ର ମଠାଧୀଶ ପୂଜ୍ୟବାବା ରାମକୃଷ୍ଣ ଦାସ ମହାରାଜ ଉନ୍ମୋଚିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରାସାଶନିକ ଅଧିକାରୀ ବିନୋଦ ପଣ୍ଡା , ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର , ଜ୍ୟୋତିର୍ବିଦ ରବିନାରାୟଣ ଖଡିରତ୍ନ , ସମାଜସେବୀ ଶ୍ରୀ ଯୁକ୍ତ ମନୋଜ ରଥ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ସଭାପତି ଡ଼ଃ ବଳରାମ ଦାଶ, ସମ୍ପାଦକ ଜ୍ୟୋତିର୍ବିଦ ପଣ୍ଡିତ ଦୟାନିଧି ପଣ୍ଡା ଶ୍ରୀଜଗନ୍ନାଥ ଙ୍କ ଆଶ୍ରିବାଦ ଭିକ୍ଷା କରି କହିଥିଲେ ଶ୍ରୀ କ୍ଷେତ୍ରାଧିପତି ପଞିକା ଟି ଜନସାଧାରଣ ସୁ‌ହାଇ ପାରିଲା ଭଳି ପ୍ରସ୍ତୁତି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।ଏ ପଞ୍ଜିକା ଟି ସମସ୍ତ ଙ୍କ ଉପାଦେୟ ହୋଇପାରିବ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *