ବରିଷ୍ଠ ନାଗରିକ ସଂଘ ଉଦଳାଙ୍କ ଦ୍ୱାରା ଓଡିଆ ନବ ବର୍ଷ ପାଳନ
ଉଦଳା ୧୫/୦୪ – ବରିଷ୍ଠ ନାଗରିକ ସଂଘ ଉଦଳାଙ୍କ ଦ୍ୱାରା ଓଡିଆ ନବବର୍ଷ ପାଳନ ତତ ସଙ୍ଗେ ସଙ୍ଗେ ପଣା ସଂକ୍ରାନ୍ତି ପାଳନ, ହନୁମାନ ଜୟନ୍ତୀ, ବାବା ସାହେବ ଡଃ ଆମ୍ବେଦକରଙ୍କର ଜୟନ୍ତୀ ମହାସମାରୋହରେ ସଂଘ ଗୃହରେ ପାଳିତ ହୋଇଯାଇଛି । ଡଃ ସଚ୍ଚିଦାନନ୍ଦ ପରିଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପ୍ରମିଳା ପଣ୍ଡା ଉଦଳା ନଗରପାଳିକା ମହୋଦୟା, ମୁଖ୍ୟବକ୍ତା ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ କପ୍ତିପଦା ବ୍ଲକ ବରିଷ୍ଠ ନାଗରିକ ସଂଘର ସକ୍ରିୟ ବରିଷ୍ଠ ସଦସ୍ୟ ତଥା ସୁ-ସାହିତ୍ୟିକ ଓ ଭଗବାନ ନାୟକ ବରିଷ୍ଠ ନାଗରିକ ସଂଘ ଗୋପବନ୍ଧୁନଗର ବ୍ଲକ ଅଦ୍ୟ ବୈଠକରେ ବିଶିଷ୍ଟ ବକ୍ତା ଭାବେ ଯୋଗଦାନ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କାର୍ଯ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ସଂପର୍ଣ୍ଣ ହୋଇଥିଲା । ଆଜିକାର ବିଷୟବସ୍ତୁ ଓଡିଆ ଭାଷା ଓ ଓଡିଆ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥିଲା । ସମସ୍ତ ବକ୍ତା ପ୍ରଦତ୍ତ ବିଷୟବସ୍ତକୁ ନେଇ ଦୀକ୍ଷାନ୍ତ ତଥା ମନୋରମ ଉଦାହରଣମାନ ଦେଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ଉକ୍ତ ବୈଠକରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଆଜିକାର ସଭାରେ ୫ ଜଣ ବରିଷ୍ଠ ନାଗରିକ ନୂତନ ସଭ୍ୟପଦ ଗ୍ରହଣ କଲେ । ସଭାପତିଙ୍କ ସଭା ସାଙ୍ଗ ପରେ ବରିଷ୍ଠ ସଭ୍ୟା ପ୍ରମିଳା ଜେନାଙ୍କ ଦ୍ୱାରା ପ୍ରସ୍ତୁତ ପିଠା ଓ ସଭ୍ୟ ଅବଜବନ୍ଧୁ ବାରିକ, ଭାସ୍କର ଚନ୍ଦ୍ର ଜେନା, ସୁଭାଷ କୁମାର ଶଙ୍ଖୁଆଙ୍କ ଦ୍ୱାରା ପ୍ରସ୍ତୁତ ପଣା ଦ୍ୱାରା ସମସ୍ତଙ୍କୁ ଆପ୍ୟାୟିତ କରାଗଲା ।
