ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ଆଜି ଆୟୋଜିତ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ଆଜି ଆୟୋଜିତ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ବିଦ୍ୟାଳୟର କୁନିକୁନି ଶିଶୁମାନଙ୍କୁ ବର୍ଣ୍ଣବୋଧ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ବର୍ଣ୍ଣବୋଧକୁ ସଭିଁଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅଭିନବ ପ୍ରୟାସଭୁବନେଶ୍ୱର୭ ଏପ୍ରିଲ, ୨୦୨୫ଆଜି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ। ସାରା ରାଜ୍ୟରେ ଆଜି ପାଳିତ ହୋଇଯାଇଛି ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉତ୍ସବ।ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧକୁ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ପ୍ରଦାନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି।ଆଜି ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ଅବସରରେ ଜିଲ୍ଲାମାନଙ୍କରେ ରହିଥିବା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ବିଦ୍ୟାଳୟରେ ଥିବା ପାଠାଗାରକୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ କରାଯାଇଛି। ଏଥିସହିତ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କ ମଧ୍ୟରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି। ବିଶେଷ ଭାବରେ ଉପାନ୍ତ ଅଞ୍ଚଳ ରହିଥିବା ବିଦ୍ୟାଳୟମାନଙ୍କରେ ମଧ୍ୟ ଆଜି ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ପାଳିତ ହୋଇଛି।ଆଜି ବିଦ୍ୟାଳୟମାନଙ୍କରେ ଆୟୋଜିତ ହୋଇଥିବା ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଆ ପକ୍ଷ ପାଳନର ଏହି ମହାପର୍ବରେ ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିମାପଡ଼ା ସ୍ଥିତ ସାଇଁସ ଶାସନ ପଞ୍ଚାୟତର ଏସ୍ .ଏସ୍ .ପି ଉଚ୍ଚ ବିଦ୍ୟାଳୟରେ ଶିଶୁମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବାଣ୍ଟିଥିଲେ। ସେହିପରି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ସ୍ଥିତ ଉମରକୋଟ ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବର୍ଣ୍ଣବୋଧ ଉତ୍ସବରେ ଯୋଗଦେଇଥିଲେ। ଓଡ଼ିଆ ଅକ୍ଷର ଚିହ୍ନିବା, ଲେଖିବା ଓ ଭାଷା ଜ୍ଞାନକୁ ବୃଦ୍ଧି କରିବାରେ ବର୍ଣ୍ଣବୋଧର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କର ପାଠପଢ଼ାରେ ମଧ୍ୟ ବର୍ଣ୍ଣବୋଧର ଖୁବ୍ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମତପ୍ରକାଶ କରିଥିଲେ। ବାଲେଶ୍ବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଆଜି ନୀଳଗିରି ଠାରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ବହି ବାଣ୍ଟିଥିଲେ।ଓଡ଼ିଆ ପକ୍ଷ ପାଳନର ଆଜି ସପ୍ତମ ଦିବସରେ ସମସ୍ତେ ବେଶ୍ ଉତ୍ସାହର ସହ ବର୍ଣ୍ଣବୋଧ ବଣ୍ଟନ ଉତ୍ସବରେ ସାମିଲ ହେବା ସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ଅଭିନବ ପ୍ରୟାସର ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *