ଭୁବନେଶ୍ୱର ସ୍ଥିତ ରେଡ୍କ୍ରସ ଭବନ ଠାରେ ଯୁବ ରେଡ୍କ୍ରସ ରାଜ୍ୟ ଶାଖା ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ଭୁବନେଶ୍ଵର୯ ଏପ୍ରିଲ, ୨୦୨୫ଆଜି ଭୁବନେଶ୍ୱର ସ୍ଥିତ ରେଡ୍କ୍ରସ ଭବନ ଠାରେ ଯୁବ ରେଡ୍କ୍ରସ ରାଜ୍ୟ ଶାଖା ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଯୁବ ରେଡ୍କ୍ରସ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି ରକ୍ତଦାନ ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ
