ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କାର୍ଯ୍ୟାବଳୀର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କାର୍ଯ୍ୟାବଳୀର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ ଭୁବନେଶ୍ୱର: ୦୬/୧୨/୨୦୨୪ ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି l ଗତ ୫ ଡିସେମ୍ବରରେ ଆୟୋଜିତ ହୋଇଥିବା ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସଫଳରୂପେ ପରିଚାଳନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l ଓୟୁଏଟିର କାର୍ଯ୍ୟାବଳୀ, ସ୍ଥାୟୀ ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ କ୍ଲାସରୁମ, ହଷ୍ଟେଲ ରୁମ୍, ଅଧ୍ୟାପକ , ଅଧ୍ୟାପିକା ଓ ଖାଲିଥିବା ପଦବୀ ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା l ଚାଲୁଥିବା ଉନ୍ନତିମୂଳକ କାର୍ଯ୍ୟଗୁଡିକୁ ତ୍ଵରାନ୍ଵିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ l ବର୍ତ୍ତମାନର ସରକାର କୃଷି କ୍ଷେତ୍ର ଓ କୃଷକଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ ପଦକ୍ଷେପମାଣ ନେଉଛନ୍ତି l ସେହି ପରିପ୍ରେକ୍ଷିରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ କରାଯାଇ ଏହାକୁ ଏକ ବିଶ୍ଵସ୍ତରୀୟ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ଲକ୍ଷ ରହିଛି l ଏହା କେବଳ ଭୁବନେଶ୍ୱରସ୍ଥିତ ଓୟୁଏଟି କାର୍ଯ୍ୟାଳୟ ନୁହେଁ, ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡିକରେ ଥିବା ଓୟୁଏଟି କ୍ୟାମ୍ପସ ଗୁଡିକର ମଧ୍ୟ ବିକାଶମୂଳକ କାର୍ଯ୍ୟ ଚାଲୁ ରହିଛି l ଏହି ସମୀକ୍ଷା ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ପରିଡ଼ା, ଓୟୁଏଟି କୁଳପତି ଶ୍ରୀ ପ୍ରଭାତ କୁମାର ରାଉଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *