ଫକୀରପୁର ସିଟିସ୍କୁଲରେ ଓଡିଶା କ୍ଲାଇମେଟ କନକ୍ଲେଭ୍ ଉଦ୍ଘାଟିତ
ଆନନ୍ଦପୁର ସ୍ଥିତ ଫକୀରପୁର ସି. ଟି. ସ୍କୁଲ୍ ପରିସରରେ ପ୍ରଥମ ଓଡିଶା କ୍ଲାଇମେଟ୍ କନକ୍ଲେଭ୍ -୨୦୨୫ ଉଦ୍ଘାଟିତ ହୋଇଯାଇଛି । ଆଜିର ପରିବର୍ତ୍ତନଶୀଳ ସମାଜରେ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ସମସ୍ୟା ହୋଇଛି । ଏଥିପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପରିବେଶବିତ୍, ଗବେଷକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବିଙ୍କୁ ନେଇ ପ୍ରଥମ ଓଡିଶା କ୍ଲାଇମେଟ କନକ୍ଲେଭ୍ ଆୟୋଜନ ଉଦ୍ଦେଶ୍ୟରେ ଓଡ଼ିଶାର ଜଳବାୟୁ ଉପରେ ବିଶଦ ଆଲୋଚନା ଏବଂ ସମସ୍ୟା ସମାଧାନର ସୂତ୍ର ଉପରେ ଆଜି ଆଲୋକପାତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥୀ ଉଦ୍ଘାଟନ କରିଥିଲେ । ନିଜର ବକ୍ତବ୍ୟରେ କହିଲେ ଯିଏ ନକାରାତ୍ମକ କମେଣ୍ଟ ଦେଉଛି ତୁମେ ଭାବିବ ଶହେଟି ସକାରାତ୍ମକ କମେଣ୍ଟ ତୁମ ସପକ୍ଷରେ ଆସିଲା । ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖି କାମ କରିବାକୁହେବ । ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଆଦ୍ୟାଶା ଶତପଥୀ ଯୋଗ ଦେଇ ଆଜିର ପରିବେଶ ସମସ୍ୟା ଉପରେ ଆଲୋକପାତ କରି ଜଳବାୟୁ ପରିବର୍ତ୍ତନ ଏକ ପ୍ରାକୃତିକ ଦୁର୍ବିପାକ ବୋଲି ଅଭିହିତ କରିଥିଲେ । ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜ୍ ର ସହକାରୀ ପ୍ରଫେସର ଡ଼ଃ ସବିତା ଜେନା ଯୋଗ ଦେଇ ନିଜର ଆବଶ୍ୟକତାକୁ କମାଇବାକୁ କହିଥିଲେ, ଫକୀରପୁର ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନର ଅଧକ୍ଷ ଡଃ କାର୍ତ୍ତୀକେଶ୍ୱର ରାଉଳ ନିଜ ବକ୍ତବ୍ୟରେ କହିଥିଲେ ଆଜିର ଯୁବପିଢି ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର, ପରିବେଶବିତ୍ ସରୋଜ କୁମାର ସାହୁ ପ୍ରକୃତି, ଗଛ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ, ବୈଲୋଚନ ସୁତାର କହିଥିଲେ ଆମେ ଆମର ଜୀବନ ଶୈଳୀରେ ଯଦି ପରିବର୍ତ୍ତନ କରିପାରିବ , ତେବେ ପରିବେଶ ସୁରକ୍ଷା ହୋଇପାରିବ । ପରିବେଶବିତ୍ ଚନ୍ଦନ ପଣ୍ଡା, ସନତ କୁମାର କର, ସୁରେନ୍ଦ୍ର ଦାସ, ନିରଞ୍ଜନ ସାହୁ, ଜଳେନ୍ଦ୍ର ମହାଳିକ, ଶୁଭାସ୍ମିତା ମିଶ୍ର, ସର୍ବେଶ୍ଵର ଦଳାଇ ଓ ବଳଦେବ ପତି ଆଦି ନିଜନିଜର ମତାମତ ରଖିଥିଲେ । ଅନିଲ କୁମାର ସାହୁ ଧନ୍ୟବାଦ୍ ଦେଇଥିଲେ । ଅଯୋଜକ ତ୍ରିଲୋଚନ ସାହୁ ଯୁବପିଢି ସମେତ ସମସ୍ତେ ନିଜ ନିଜ ଭିତରେ ଯଦି ବ୍ୟବହାରିକ ପରିବର୍ତ୍ତନ ଆଣିପାରିବ ତେବେ ପରିବେଶ ସୁରକ୍ଷା ସମ୍ଭବ ବୋଲି ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳ ଏବଂ ଜିଲ୍ଲାରୁ ୧୫୦ ରୁ ଉର୍ଦ୍ଧ୍ବ ପ୍ରକୃତିପ୍ରେମୀ ଏବଂ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବି ଯୋଗ ଦେଇଥିଲେ ।
