ଓଡ଼ିଶା ପଶୁ ଚିକିତ୍ସା ଓ ପଶୁ ପାଳନ ମହାବିଦ୍ୟାଳୟ ( ଓ ୟୁ ଏ ଟି) ଭୁବନେଶ୍ୱର ଓ ବିଞ୍ଜାର ପୁରୀ ଗୋ ପ୍ରଜାତି ପ୍ରୋତ୍ସାହକ

ଯାଜପୁର ୨୦/୦୧/୨୬ ଅଖିଳ ଭାରତୀୟ ସମନ୍ୱିତ ଅନୁସନ୍ଧାନ ପ୍ରକଳ୍ପ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀ,ଓଡ଼ିଶା ପଶୁ ଚିକିତ୍ସା ଓ ପଶୁ ପାଳନ ମହାବିଦ୍ୟାଳୟ ( ଓ ୟୁ ଏ ଟି) ଭୁବନେଶ୍ୱର ଓ ବିଞ୍ଜାର ପୁରୀ ଗୋ ପ୍ରଜାତି ପ୍ରୋତ୍ସାହକ ଓ ଉତ୍ପାଦକ ସମିତି ଯାଜପୁର ଆନୁକୁଲ୍ୟରେ ଯାଜପୁର ବ୍ଲକ୍ ସ୍ଥିତ ପଣସା ଗ୍ରାମ ପଞ୍ଚାୟତ ଅଧୀନ ବାଲି ପୋଖରୀ ଗ୍ରାମରେ ବିଞ୍ଝାର ପୁରୀ ଗୋ ପ୍ରଜାତି ପ୍ରାଣୀ ମାନଙ୍କର ଗୋ ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁବ୍ରତ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଅୟୋଜିତ ହୋଇଥିବା ଏହି ଶିବିର କୁ , ପ୍ରକଳ୍ପର ମୁଖ୍ୟ ତଥା ସହକାରୀ ପ୍ରାଧ୍ୟାପକ ଡ଼ା. କାମଦେବ ସେଠୀ,ସହକାରୀ ପ୍ରାଧ୍ୟାପକ ଡ଼ା. ଅନିଲ କୁମାର ନାହାକ, ଅତିରିକ୍ତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ରୋଗ ନିୟନ୍ତ୍ରଣ ଡାଃ ସୁଶାନ୍ତ କୁମାର ବେହେରା

ବିଞ୍ଝାରପୁର ଗୋ ପ୍ରଜାତି ପ୍ରୋତ୍ସାହକ ଓ ଉତ୍ପାଦକ ସମିତିର ବୈଷୟିକ ପରାମର୍ଶ ଦାତା ତଥା ରସୁଲପୁର ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଜ୍ୟୋତି ରଞ୍ଜନ ମହାନ୍ତି, ଏବଂ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ର ସ୍ନାତକୋତ୍ତର ଛାତ୍ର ଏହି ଶିବିରଟିକୁ ପରି ଚାଳନା କରିବା ସହିତ ପ୍ରାଣୀ ମାନଙ୍କୁ ଚିକିତ୍ସା ପ୍ରଦାନ କରି ଥିଲେ। ପ୍ରକଳ୍ପ ତରଫରୁ ଗୋ ପାଳକ ମାନଙ୍କୁ ବିନା ଦେୟରେ ମିନେରାଲ ପାଉଡର କୃମି ନାଶକ ଔଷଧ ଓ କ୍ୟାଲସିୟମ ଆଦି ଭିଟାମିନ ପ୍ରଦାନ କରା ଯାଇଥିଲା। ଉକ୍ତ ଶିବିରରେ ପଚାଶ ରୁ ଅଧିକ ବିଂଝାରପୁରୀ ଗୋ ପ୍ରଜାତି ପ୍ରାଣୀ ମାନଙ୍କର ଚିକିତ୍ସା ପ୍ରଦାନ କରା ଯାଇଥିଲା। ବିଞ୍ଝାରପୁରୀ ଗୋ ପ୍ରଜାତି ପ୍ରାଣୀ ମାନଙ୍କର ବନ୍ଧ୍ୟା ନିରାକରଣ ନିମନ୍ତେ ସମିତିର ସଂଯୋଜକ ସୁକାନ୍ତ କୁମାର ବିଶ୍ବାଳ ସ୍ଥାନୀୟ ଗ୍ରାମ ବାସୀ ମାନଙ୍କ ସହା ୟତାରେ ଉକ୍ତ ଶିବିରକୁ ଆୟୋଜନ କରି ଥିଲେ।

Leave a Reply

Your email address will not be published. Required fields are marked *