ଓଡିଶା ମହିଳା ସାଇକଲ ପୋଲ ଦଳର ଜାତୀୟ କ୍ରୀଡା ପାଇଁ ଆନ୍ଦ୍ରପ୍ରଦେଶର କଡା଼ପା ଯାତ୍ରା
ଓଡିଶା ମହିଳା ସାଇକଲ ପୋଲ ଦଳର ଜାତୀୟ କ୍ରୀଡା ପାଇଁ ଆନ୍ଦ୍ରପ୍ରଦେଶର କଡା଼ପା ଯାତ୍ରା
ପୁରୀ: ଓଡିଶା ମହିଳା ସାଇକଲ ପୋଲ ଦଳର କ୍ରୀଡାବିତ୍ମାନେ ଜାତୀୟ କ୍ରୀଡା ପାଇଁ ଆନ୍ଧ୍ରପ୍ରଦେଶର କଙ୍ଗାପା ଯାତ୍ରା କରିଛନ୍ତି । ଆଜି ଓଡିଶା ସାଇକଲ ପୋଲ ଆସୋସିଏସନ୍ ପକ୍ଷରୁ ପୁରୀ ରେଲୱେ ଷ୍ଟେସନ ଠାରେ ରାଜ୍ୟ ସଭାପତି ଆଇନିଜୀବୀ ବିନୟନୃସିଂହ ମହାପାତ୍ର, ସମ୍ପାଦକ ରାଜକିଶୋର ମହାନ୍ତି, କୋଷାଧ୍ୟକ୍ଷ ଦେବଦତ୍ତ ମହାପାତ୍ର ଓ କାର୍ଯ୍ୟକାରୀ ସଦସ୍ୟ ଡାକ୍ତର ଦୀପସ୍ମିତା ରାୟ ଓ ଦୀପ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡିଶା ମହିଳା ସାଇକଲ ପୋଲ ଦଳକୁ ସ୍ଵାଗତ ସମ୍ବଦ୍ଧନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଓଡିଶା ମହିଳା ସାଇକଲ ପୋଲ ଦଳ ଆନ୍ଧ୍ରପ୍ରଦେଶର କର୍ତ୍ତୃପା ଠାରେ ହେବାକୁ
ଥୁବା ଜାତୀୟ ମହିଳା ସାଇକଲ ପୋଲ ଚମ୍ପିଆନ୍ସିପ୍ରେ ଅଂଶଗ୍ରହଣ କରିବେ ବୋଲି ସମ୍ପାଦକ ଶ୍ରୀ

ମହାନ୍ତି ପ୍ରକାଶ କରିଥିଲେ । ଏହି ଦଳରେ ସାମିଲ ଅଛନ୍ତି ଜ୍ୟୋତିମୟୀ ତାଥ୍, ଲୋପାମୁଦ୍ରା ମହାପାତ୍ର,
ଶ୍ରୀୟା ଜେନା( ଯାଜପୁର), ଭୂମିକା ପ୍ରଧାନ, ତ୍ରୀଶା ବେହେରା, ମହେଶ୍ୱତା ସାହୁ (କଟକ), ଧରିତ୍ରୀ
ପ୍ରଧାନ (ସମ୍ବଲପୁର), ମୌସୁମୀ ମହାନ୍ତି, ବର୍ଷାରାଣୀ ସାହୁ (ଗଞ୍ଜାମ) ପ୍ରମୁଖ କ୍ରୀଡାବିତ୍ ଭାବେ
ସାମିଲ ଅଛନ୍ତି । ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ହେମାବତୀ ବେହେରା (ଭବାନୀପାଟଣା) ତାଙ୍କ
ସହିତ ଯାତ୍ରା କରିଛନ୍ତି
