ଓଡ଼ିଶା ଦିବସ
ଓଡ଼ିଶା ଦିବସ ରେ ଜାଭିୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚିତ୍ରକଳା ମାଧ୍ୟମରେ ମହାପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବ୍ରହ୍ମପୁର ୩୧/୦୩ /(ନିଗମାନନ୍ଦ ପଣ୍ଡା )ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଉତ୍କଳର ବୀର ମହାପୁରୂଷ ମାନଙ୍କୁ ସ୍ମୁତି ଚାରଣ ପୂର୍ବକ ବିଭିନ୍ନ କଳା କୃତୀ ପ୍ରଦର୍ଶନ କରଯାଇଥିଲା । ଏପରି ମହାପୁଋଷ ମାନଙ୍କ ଚିତ୍ର ମାଧ୍ୟମରେ ସେମାନଙ୍କ ନୀତି ଓ ଆଦର୍ଶ ନେଇ ସଭିଙ୍କୁ ସଚେତନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ହାତରେ ଓଡ଼ିଶା ମାଟିର ବୀର ମହାପୁଋଷ ମାନଙ୍କ ଫଟୋ ଚିତ୍ର ଧରି ପରିକ୍ରମା କରି ଏପରି ଉତ୍କଳ ଦିବସ ବା ଓଡ଼ିଶା ଦିଵସ ସମ୍ପର୍କ ରେ ସଚେତନତା କରିଥିଲେ । ଛାତ୍ର ଛାତ୍ରୀ ବୀର ପୁରୁଷ ପଣ୍ଡିତ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଓ ମଧୁ ସୁଦନ ଦାସଙ୍କ ଚିତ୍ର ଧରି ଏପରି ସଭିଙ୍କୁ ଅନୁରୁପ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ଓ ଶିକ୍ଷକ ଅଭିଳାଷ ଶିକା ପ୍ରମୁଖ ଉପସ୍ଥିତଥିଲେ।ସ୍କୁଲ ଅଧ୍ୟକ୍ଷ କାହ୍ନ ଚରଣ ପଣ୍ଡା, ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା ଙ୍କ ପରାମର୍ଶରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରା ଯାଇ ଥିଲା ।
