ସର୍ବଭାରତୀୟ ବେସାମରିକ ଭଲିବଲ ଟୁର୍ଣ୍ଣାମେଣ୍ଟବିଜୟ ସହ ନିଜ ଅଭିଯାନ ଶେଷ କଲା ଓଡିଶା
ଭୁବନେଶ୍ୱର- ତା.୨୫.୦୩.୨୦୨୫- ସର୍ବଭାରତୀୟ ବେସାମରିକ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଶେଷ ଲିଗ ମ୍ୟାଚରେ ବିଜୟ ସହ ନିଜର ଅଭିଯାନ ଶେଷ କରିଛି । ଦିଲ୍ଲୀର ପିତାମପୁର ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରକୁ ୨-୦ ସେଟରେ ପରାସ୍ତ କରିଥିଲା ମାତ୍ର ଦିଲ୍ଲୀ ଟିମ ଠାରୁ ୨-୧ ସେଟରେ ହାରିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଖେଳିବାରେ ବିଫଳ ହୋଇଛି । ମାତ୍ର ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଭଲ ଅଭିଜ୍ଞତା ନେଇ ଫେରୁଛି ।

ଓଡ଼ିଶା ଦଳର ଅଧିନାୟକ ଚନ୍ଦନ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଏବଂ ଦଳର କୋଚ୍ ପ୍ରକାଶ ଚନ୍ଦ୍ର ରଥ ଏବଂ ମ୍ୟାନେଜର ଭାବେ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀଙ୍କ ତତ୍ତ୍ୱବଧାନରେ ଓଡିଶା ଦଳ ଦିଲ୍ଲୀ ଯାତ୍ରା କରିଥିଲା । ଏହି ଦଳରେ ଚନ୍ଦନ କୁମାର ମଣ୍ଡଳ(ଅଧିନାୟକ), ଅକ୍ଷୟ ମିଶ୍ର, ଆଶୁତୋଷ ତି୍ରପାଠୀ, ଜଗନ୍ନାଥ ବଳ, ଅବିନାଶ ଜେନା, ନାରାୟଣ ଦାସ, ବିଚିତ୍ର ପ୍ରଧାନ(ଉପ ଅଧିନାୟକ), ରାଜେଶ ସେନାପତି, ପାର୍ଥସାରଥି ଜେନା, ପ୍ରକାଶ ଚନ୍ଦ୍ର ବେହେରା, ରଶ୍ମିରଞ୍ଜନ ଦାଶ, ଜଳେନ୍ଦ୍ର ପ୍ରିବାକା ଏବଂ ଆଶିଷ ବେହେରା ପ୍ରମୁଖ ସାମିଲ ଥିଲେ ।
