ତାକରଡ଼ା ଗୁଳି କାଣ୍ଡଦିବସରେ ରେ ସହିଦ ଙ୍କୁ ଓଡିଶା କୃଷକ ସଭା ର ଶ୍ରଦ୍ଧାଞ୍ଜଳି
ବ୍ରହ୍ମପୁର /1948ମେ 24ତାରିଖ ସ୍ମରଣୀୟ ଦିବସ l. ଏହି ଦିବସରେ ଗଞ୍ଜାମ ଜିଲ୍ଲା ଶେରଗଡ଼ଅଞ୍ଚଳ ର ତାକରଡ଼ା ଗ୍ରାମରେ ପୋଲିସ ବାହିନୀ ଅତର୍କିତ ଭାବେ ପଶି ବନ୍ଧୁକ ଚଳାଇଲେ l. ଗ୍ରାମରେ ଉପସ୍ଥିତ ଜନତା ଙ୍କ ମଧ୍ୟରୁ 6ଟି ଜୀବନ ଟଳି ପଡିଲେ l.50ରୁ ଉର୍ଦ୍ଧ ଲୋକ ଆହତ ହେଲେ l. ରକ୍ତାକ୍ତ ହୋଇଗଲା ଗାଁ ମାଟି.l. କନ୍ଧୁଣି ଡାକୁଆ,ବାଉରୀ ବରାଡ଼,ହେମ ବାଡ଼ତ୍ୟା,ଅର୍ଜୁନ ବରାଡ଼,ରାହାସ ନାୟକ, ସୂବେଇନି ବେହେରା ମୁର୍ତ୍ୟୁ ବରଣ କରିଥିଲେ.. ଏହି ଦିବସ କୁ ଗୁଳି କାଣ୍ଡ ଦିବସ ରୂପେ ଜିଲ୍ଲା ଓ ରାଜ୍ୟ ରେ ସ୍ମରଣୀୟ ଦିବସ ରୂପେ କୃଷକ ସଭା ସମେତ ବିଭିନ୍ନ କୃଷକ ସଙ୍ଘଠନ ଓ ରାଜନୈତିକ ଦଳ ମାନେ ପାଳନ କରିଆସୁଛନ୍ତି l.ଗଞ୍ଜାମ ଶେରଗଡ଼ ର ଜମିଦାର ମୁସ୍ତାଦାରଓ ମହାଜନ ଙ୍କ ଶୋଷଣ. ଅତ୍ୟାଚାର. ନିର୍ଯ୍ୟାତନା ନିଷ୍ତୁର ପ୍ରଥା ବିରୁଦ୍ଧରେ ଅଞ୍ଚଳ ର କୃଷକ ମାନେ ରୟତ ସଭା ଗଠନ କରି ଜମିଦାର, ମୁସ୍ତାଦାର ପ୍ରଥାର ବିଲୋପ,ଚାଷୀ ହାତକୁ ଜମି, ମାଛ ଗଛ ର ଅଧିକାର,ଭେଟି ବଗାରୀ ବନ୍ଦ କରିବାଓ ଲଙ୍ଗଳ ଯାର ଜମିତାର ଦାବୀ ନେଇ କୃଷକ ମାନେ ବିଦ୍ରୋହ ଆରମ୍ଭ କରିଥିଲେ l. ଏହି ଆନ୍ଦୋଳନ କୁ କୃଷକ ସଭା ନେତୃତ୍ୱ ନେଇଥିଲା.ଶେରଗଡ଼ ରେପଚିଶି ହଜାର ଚାଷୀ ଙ୍କ ସମାବେଶହେଵା ଜାଣି ଜମିଦାର ଆତଙ୍କିତହୋଇ ଫୋଲିସ ପଠାଇ ନେତା ମାନଂକୁ ଗିରିଫ କରିବା ଆରମ୍ଭ କରିଥିଲେ ll.ଆନ୍ଦୋଳନ କୁ ଦମନ କରିବା ପାଇଁ ସ୍ୱାଧୀନତା ର ସରକାର ଜମିଦାର ଙ୍କ ସପକ୍ଷରେ ରହି ହିଂସ୍ର ଆକ୍ରମଣ ହତ୍ୟା ଓ ଶହ ଶହ ନେତାମାନଙ୍କୁ କାରାଗାର ନିକ୍ଷେପ କରି ଆତଙ୍କ ରାଜ ଚଳେଇ ଥିଲେ l. ଆଶା କରିଥିଲେ ଏହା ଦ୍ଵାରା ଭୟ ଭୀତ ହୋଇ ଆନ୍ଦୋଳନ କରିବେ ନାହିଁ l. ଏହି ଘଟଣାରେ ଚାଷୀ ମାନେ ଡରି ନଯାଇ ସରକାର ଙ୍କ ବିଶ୍ୱାସ ଘାତକତାବିରୁଦ୍ଧରେ ଆନ୍ଦୋଳନ ବଳିଷ୍ଠ ହେବାରେ ଲାଗିଲା,ଗାଁ ଗାଁ ରେ ଚାଷୀମେଳି ଶେରଗଡ଼ ଅଂଚଳ ରେ ସୀମିତ ନରହି ଜିଲ୍ଲା ତମାମ ଆନ୍ଦୋଳନ ବ୍ୟାପି ଗଲା ଚାଷୀମାନେ ସଂଗଠିତ ହୋଇ ଜମି ଅଧିକାର ଛାଡିଲେ ନାହିଁ l.ଅଂଚଳ ର ଚାଷୀଦୁର୍ବାର ଆନ୍ଦୋଳନ ଓ ପ୍ରତିରୋଧ ସଂଗ୍ରାମ କୁ ଭୟ କରି ସରକାର ବାଧ୍ୟ ହୋଇମୁସ୍ତାଦାର ପ୍ରଥା ର ବିଲୋପ କରିବାକୁ ଆଇନ ଆଣିଲେ l.ଜମିଦାରସରକାର ଙ୍କୁ ଲଗେଇ କଳ. ବଳ କୌଶଳ ସ୍ୱତେ ଚାଷୀଙ୍କୁ ଉଛେଦ କରିପାରିଲେ ନାହିଁ l. ଚାଷୀ ଜମିର ଅଧିକାର ପାଇଲେ l.ସହିଦ ର ରକ୍ତ ହେବ ନାହିଁ ବାର୍ଥ. ସହିଦ ସାଥି ଅମର ରହେ.ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ ଗୁଳି କାଣ୍ଡ ରେ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l.
