ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା ବୈଠକ ଅନୁଷ୍ଠିତ
ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା ବୈଠକ ଅନୁଷ୍ଠିତ।
ଆଠମଲ୍ଲିକ :-୨୪/୦୯ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ ୨୦୨୫ ର ସମୀକ୍ଷା ବୈଠକ ସ୍ଥାନୀୟ ଧଉରାପାଲି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର କପୁଲା ଓ ସମ୍ମାନିତ ଅତିଥି ଭାବେ ଉପ ନିର୍ଦେଶକ ଯଶୋବନ୍ତ ବେରିଆ, ଉପ ବନ ସଂରକ୍ଷକ କୁନ୍ଦନ ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଠମଲ୍ଲିକ ଟିଟସ ମହାନନ୍ଦିଆ ଓ କିଶୋରନଗର ର ସୁବ୍ରତ କୁମାର ବେହେରା, କୃଷି ଜିଲ୍ଲା ଅଧିକାରୀ ବିନୋଦ କୁମାର ଦଳେଇ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. କମଳ ଲୋଚନ ଦାଶ, ୟୁକୋ ବ୍ୟାଙ୍କ ଅଧିକାରୀ ଦୁଷ୍ମନ୍ତ ଗଡ଼ନାୟକ, ଉଦ୍ୟାନ ଉପ ନିର୍ଦେଶକ ରଞ୍ଜନ କୁମାର ପଣ୍ଡା, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼. ଅଶୋକ କୁମାର ମଲିକ, ସହକାରୀ ଶିଳ୍ପ ଅଧିକାରୀ ଯଶୋବନ୍ତ କିସାନ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ବାରିକ, ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ସଂଚାଳକ ଫ୍ରାନସିସ ଵାଲା, ସହକାରୀ ବନ ସରଂକ୍ଷକ ସଚ୍ଚିଦାନନ୍ଦ ସେଠି ପ୍ରମୁଖ ଯୋଗ ଦେଇ ଥିଲେ।
