ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବାର୍ଷିକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ।
Date-14/10/25Place- ସୋରଡ଼ା – ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବଡଗଡ ବନ ବିଭାଗ ପକ୍ଷରୁ ଆଜି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବାର୍ଷିକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ। ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉପସ୍ଥିତ ଥିବା ବେଳେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଧିକାରୀ ବିଶ୍ଵନାଥ ନିଲାନ୍ନବର ,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରଣି ବିପାସା ପାରୁଲ , ଏସିଏଫ୍ ପ୍ରଦୀପ କୁମାର ବେହେରା,ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟବିକ୍ରମ ତରାଇ,ଙ୍କ ସୋରଡ଼ା ବନଖଣ୍ଡ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ ସମେତ ବଡଗଡ ବନଖଣ୍ଡ ଅଧିକାରୀ ଅଞ୍ଜନ କୁମାର ନାୟକ ଓ ସମସ୍ତ ବନ କର୍ମଚାରୀ ଙ୍କ ସମେତ ସମସ୍ତ ଭିଏସ୍ଏସ ର କର୍ମକର୍ତ୍ତା ଖାରିଗୁଡ଼ା ମେଗାନର୍ସରୀ ଠାରେ ଉପସ୍ଥିତ ରହିବା ସହ2024-25 ବର୍ଷ ରେ ବନ ବିଭାଗ କଣ ଉନ୍ନତି କରିଚି ଏବଂ କେତେ ଏସଏଜି ମହିଳା ଗ୍ରୁଫ୍ କୁ ସ୍ବାବଲମ୍ବୀ କରିଚି ତାହା ଉପରେ ଆଲୋଚନା କରିବା ସହ ନର୍ସରୀ ଭିତରେ ପଡ଼ିଥିବା ସମସ୍ତ ଷ୍ଟଲ କୁ ବୁଲି ଦେଖିବା ସହ ଷ୍ଟଲ ଗୁଡ଼ିକୁ ଉଦ୍ଘାଟନ କରିଥିଲେ ବିଧାୟକ ନୀଳମଣି ତେବେ ବନ ବିଭାଗ ର ଏହି ଭଳି କାର୍ଯ୍ୟ କୁ ଅଧିକ ପ୍ରଶଂସା କରିବା ସହ କିଛି କର୍ମଚାରୀ ଓ ବନ ସାଥୀ ମାନଙ୍କୁ ସମ୍ମାନୀତ କରିଥିଲେ ବିଧାୟକ । ଆଗକୁ ସମସ୍ତ ଦିଗରେ କିପରି ବନ ବିଭାଗ ଯତ୍ନବାନ ହେବେ ତାହାରି ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଧିକାରୀ ବିଶ୍ଵନାଥ ନିଲାନ୍ନବର।
