ଓଡ଼ିଶା ମୋ ପରିବାର ପକ୍ଷରୁ ବୃକ୍ଷରୋପଣ
ଆନନ୍ଦପୁର, ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଆନନ୍ଦପୁର କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ, ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ସୁବ୍ରତ ରାମ, ବିଜେଡି ନେତା ଶାନ୍ତନୁ କୁମାର ସେଠୀ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କଲେଜ ଅଧ୍ୟକ୍ଷ ଡ ଦିଲ୍ଲୀପ ଦାଶ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ । କଲେଜ ପରିସରରେ ବିଭିନ୍ନ ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା।
