ଓଡିଶା ଗୌରବ ସମ୍ମାନିତ
ବିରିଡି,୨୫-୩ ଶିକ୍ଷାବୃତ୍ତି ସହ ସମାଜ ସଂସ୍କାର ଧର୍ମୀ ଓଡ଼ିଆ ଭାଷାଲେଖାକୁ ଆପଣାର କରିନେଇଥିବା,ସାହିତ୍ୟ ସାଧନା ଦିଗରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ବିଶେଷକରି ଆଧାତ୍ମିକ ମାର୍ଗରେ ବର୍ତ୍ତୀ ହୋଇଥିବା ବିରିଡି ବ୍ଲକ ବୁଢାପଡା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷୟତ୍ରୀ ଡ଼ କାଦମ୍ବିନୀ ପରିଜାଙ୍କୁ ଓଡିଶା ଗୌରବରେ ସମ୍ମାନିତ କରାଯାଇଛି l ଭୁବନେଶ୍ୱର ସ୍ଥିତ ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ ର ଅଡ଼ିଟୋରିୟମ ରେ ଆୟୋଜିତ ଓମେନ୍ସ ପ୍ରୋଟେକ୍ସନ ଆଣ୍ଡ ଏମ୍ପଲୋୟମେଣ୍ଟ ୱାର୍ଲଡ ୱାଇଜ ଫାଉଣ୍ଡେସନ ର ଏକ ଭବ୍ୟ ସମାରୋହରେ ଅତିଥିଭାବେ ପୂର୍ବତନ ବିଧାୟକ ପଞ୍ଚାନନ ମାଝୀ,ଚେୟାରମ୍ୟାନ ଅମର ବାଗ,ପଣ୍ଡିତ ଡ଼ ପ୍ରଶାନ୍ତ କୁମାର ଶତପଥି,ଆରସିଏମ କଲେଜର ଅଧକ୍ଷ ପ୍ରମୁଖ ଯୋଗଦେଇ ଏଜୁକେସନଲିଷ୍ଟ,ଲିଟରେଚର ଆଣ୍ଡ ସ୍ପିରିଚୁଆଲ ଗାଇଡ଼ ପାଇଁ ଡ଼ ପରିଜାଙ୍କୁ ମାନପତ୍ରଏବଂ ସ୍ଵର୍ଣପଦକ ସହ ଏକ ମେଡାଲ ପ୍ରଦାନ ପୂର୍ବକ ସମ୍ଭର୍ଦ୍ଧିତ କରିଥିଲେ
