ଓଡିଶା -ଜାପାନ ପର୍ବରେ କମ୍ପିଲା ତାଳବଣିଆ
ପୁରୀ ୧୦/୨ ଜାପାନୀ କଳାକାରଙ୍କ “ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ”-ସଂଗୀତରେ ସମଗ୍ର ତାଳବଣିଆ ଆଧ୍ୟାତ୍ମିକ ଚେତନା ରେ ଭାବମୟ ପରିବେଶ ସୃଷ୍ଟି ହୋଇଉଠିଥିଲା ତାଳବଣିଆ ର ପରିଵେଶ।ବଲିଉଡ୍ କଳାକାର ଓ ଜାପାନ କଳାକାରଙ୍କ ସାୟୋନାରା ଓ ଲଭ୍ -ଇନ -ଟୋକିଓ ନୃତ୍ୟ ସହ ଉତ୍କଳୀୟ ସଂସ୍କୃତି ର ନୃତ୍ୟ ଓ ସଂଗୀତ ରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ।ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗଦେଇ ଜିଲ୍ଲାପାଳ ବିଜୟ କୁମାର ଦାଶ କହିଥିଲେ ଯେ ଏହି ପର୍ବ ଭାରତ-ଜାପାନ ମଧ୍ୟରେ ସାଂସ୍କୃତିକ ଭାବମିନିମୟ ସହ ଦୁଇଦେଶ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବ। ବିଶେଷକରି ଶ୍ରୀଜଗନ୍ନାଥ ସଂସ୍କୃତି କୁ ବିଶ୍ଵମୟ କରିବାରେ ଜାପାନ କଳାକାରଙ୍କ ସହଯୋଗକୁ ଓଡିଆଜାତି ସ୍ମରଣ ରଖିବ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ଶ୍ରୀମନ୍ଦିର ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଚନ୍ଦ୍ରଶେଖର ଦାଶ ଓ ପୁଲିସ୍ ଅଧିକାରୀ ଶ୍ଵେତପଦ୍ମା ଦାଶଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଓଡ଼ିଶା -ଜାପାନ ପର୍ବ ର ସଫଳତା କାମନା କରିଥିଲେ।ଜାପାନର ବିଶିଷ୍ଟ କଳାକାର ସୁଜୁକି ମାରିକା,ୟାସିଦା କରେନ,ଡୋଇ ଆକିଏ,ଇଣ୍ଡୋ ମିକେ ପ୍ରମୁଖ ଭାରତୀୟ ସଂଗୀତ କୁ ବାଦ୍ୟ ମୂର୍ଚ୍ଚନା ରେ ତରଙ୍ଗାୟିତ କରିଥିବା ବେଳେ,ବିଶିଷ୍ଟ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି, କଣ୍ଠଶିଳ୍ପୀ ଶାଶ୍ଵତୀ ଦାଶ ଓ ଦିବ୍ୟଜ୍ୟୋତି ନନ୍ଦ, ପ୍ରମୁଖ ନୃତ୍ୟ -ସଂଗୀତ ଏବଂ ଲିଙ୍ଗରାଜ ଦାସ ଓ ସତ୍ୟଵାନ ସେଠୀ ପ୍ରମୁଖ ଯନ୍ତ୍ରସଂଗୀତ ରେ ଶ୍ରୋତାଙ୍କୁ ଉଲ୍ଲସିତ କରିଥିଲେ। ପ୍ରାରମ୍ଭରେ ପ୍ରକୃତିବନ୍ଧୁ ବଦ୍ରି ମିଶ୍ର ଓ ପରିଵେଶବିତ୍ ସରୋଜ ଜେନାଙ୍କ ନେତୃତ୍ବରେ ଜାପାନ-ଭାରତ ର କଳାକାରମାନେ ବୃକ୍ଷରୋପଣ ସହ ତାଳବଣିଆ ରେ ଥିବା ଗଛମାନଙ୍କରେ ମିଳିତ ଜଳଦାନ କରିଥିଲେ। ବିଶ୍ଵନାଥ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସୁମନ୍ତ ପରିଡା, ହେମନ୍ତ ନାୟକ,ମାନସ ଦାସ, ଦୁଷ୍ମନ୍ତ ସାହୁ ଓ ସଂଜୀବ ନାୟକ।ଏହି ଅବସରରେ ଅତିଥିମାନେ ଓଡ଼ିଶାର ପରିବେଶ ସୁରକ୍ଷା ରେ ଉଲ୍ଲେଖନୀୟ ଅବଦାନ ପାଇଁ ବଦ୍ରି ମିଶ୍ର,ଚିକିତ୍ସା ସେବା ପାଇଁ ଡାକ୍ତର ସୌମ୍ୟରଞ୍ଜନ ଷଡଙ୍ଗୀ, ସଂସ୍କୃତି ବିକାଶ ପାଇଁ ବିଶ୍ଵନାଥ ମିଶ୍ର,ସ୍ବଛ ଭାରତ ପାଇଁ ସରୋଜ ଜେନା, ବାଲୁକାକଳା ପାଇଁ ସୁଦାମ ପ୍ରଧାନ,ନାଟ୍ୟକଳା ପାଇଁ ପ୍ରଶାନ୍ତ କୁମାର ମିଶ୍ର, ନୃତ୍ୟ ପାଇଁ ରୋଜାଲିନ ମହାନ୍ତି, କଣ୍ଠସଂଗୀତ ପାଇଁ ଶାଶ୍ଵତୀ ଦାଶ ଓ ଦିବ୍ୟଜ୍ୟୋତି ନନ୍ଦ, ବାଦ୍ୟ ଯନ୍ତ୍ର ପାଇଁ ଲିଙ୍ଗରାଜ ଦାସପ୍ରମୁଖଙ୍କୁ ସମ୍ମାନିତ କରିଥିଲେ। ଆଗାମୀ ହୋଲି, ରଥଯାତ୍ରା ଓ ରଜ ସମୟରେ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ପୁରୀ ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀମନ୍ତ କୁମାର ଦାଶ ଘୋଷଣା କରିଛନ୍ତି।
